spot_img

Latest Posts

ଖୋଦ କୃଷିମନ୍ତ୍ରୀଙ୍କ ଜିଲ୍ଲାରେ ଚାଷୀ ହନ୍ତସନ୍ତ ; ଧାନ ଅମଳ କରି ଚାତକ ପରି ଜଗିଛି ଚାଷୀ

ନନ୍ଦିଘୋଷ ବ୍ୟୁରୋ : ବଲାଙ୍ଗୀର ଜିଲ୍ଲାରେ ଧାନ ଅମଳ କରି ଚାତକ ପରି ଜଗିଛି ଚାଷୀ । କିନ୍ତୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବୈଠକ ବସିନଥିବା ବେଳେ ଚାଷୀଙ୍କ ଚିନ୍ତା ବଢ଼ିଛି I କରଜ କରି ଧାନ ଅମଳ କରିଥିବା ଚାଷୀ ଋଣ ଶୁଝିବା ପାଇଁ କମ ଦାମରେ ଦଲାଲ ହାତକୁ ଟେକି ଦେଇ ଅଭାବୀ ବିକ୍ରୀର ଶିକାର ହେଉଥିବା ଅଭିଯୋଗ ହୋଇଛି।

ଖୋଦ କୃଷିମନ୍ତ୍ରୀଙ୍କ ଜିଲ୍ଲାରେ ଚାଷୀ ହନ୍ତସନ୍ତ। ଧାନ ଅମଳ କରି ଚାତକ ପରି ଜଗିଛି ଚାଷୀ ।  ଏଯାଏଁ ବସିନି DLPC ବୈଠକ I କେବେ ଧାନ କିଣିବେ ସରକାର? କରଜ କରି ଚାଷ କରିଥିବା ଚାଷୀ ଚିନ୍ତାରେ । ବଲାଙ୍ଗୀର ଜିଲ୍ଲାରେ ୭୦ ପ୍ରତିଶତ ଚାଷୀ ଧାନ ଚାଷ ଉପରେ ନିର୍ଭର କରିଥାନ୍ତି I ଚଳିତ ବର୍ଷ ଜିଲ୍ଲାର ୯୫ ହଜାରରୁ ଅଧିକ ଚାଷୀ ପଞ୍ଜିକରଣ କରିଛନ୍ତି I ୧୭୬ଟି ମଣ୍ଡି ମାଧ୍ୟମରେ ଧାନ ସଂଗ୍ରହ ହୋଇଥାଏ। କିନ୍ତୁ ଚଳିତ ବର୍ଷ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ବସି ନଥିବାରୁ ଚିନ୍ତାରେ ପଡ଼ିଛନ୍ତି ଅନ୍ନଦାତା I ବୈଠକ ନକରି ମିଲର୍ସକୁ ସୁହାଇଲା ଭଳି ନୀତି କରାଯାଉଥିବା ଅଭିଯୋଗ ଆଣିଛନ୍ତି ଚାଷୀ ନେତା।

ମଣ୍ଡି ଖୋଲୁ ନଥିବାରୁ ବାହାରେ ଓ ଖଳାରେ ପଡିଛି ହଜାର ହଜାର କୁଇଣ୍ଟାଲ ଧାନ । କାକର ଯୋଗୁ ଧାନର ମାନ କମିଯିବା ଆଶଙ୍କା ରହିଛି । ଯାହାର ଫାଇଦା ନେଇ ମିଲର୍ସ ଓ ପାକ୍ସ ଜରିଆରେ ଚାଷୀଙ୍କୁ ଶୋଷଣ କରାଯିବ। ଚାଷୀ ମାନେ ବାଧ୍ୟ ହୋଇ ୧୫ଶହ, ୧୭ ଶହ ଟଙ୍କାରେ ଧାନ ବିକ୍ରି କରୁଛନ୍ତି । ସରକାରଙ୍କ ୩୧ଶହ ଟଙ୍କା ଚାଷୀଙ୍କ ନାଁରେ ଅସାଧୁ ଲୋକଙ୍କ ପକେଟକୁ ଯିବ ବୋଲି ଅଭିଯୋଗ ହୋଇଛି।

Latest Posts

Don't Miss