spot_img

Latest Posts

୧୨୩ ଦିନ ଧରି ଆନ୍ଦୋଳନ କରୁଥିବା ଚାଷୀ ପାଳିଲେ ହୋଲି

ନୂଆଦିଲ୍ଲୀ:କେନ୍ଦ୍ର ସରକାରଙ୍କ ତିନୋଟି ନୂଆ କୃଷି ନିୟମକୁ ସାରା ଦେଶର ଚାଷୀମାନେ ବିରୋଧ କରୁଛନ୍ତି। ଗତ ୧୨୩ ଦିନ ଧରି କୃଷକମାନେ ଦିଲ୍ଲୀ ସୀମାଗୁଡ଼ିକରେ ପ୍ରଦର୍ଶନ କରିଆସୁଛନ୍ତି। ଦିଲ୍ଲୀ-ଉତ୍ତରପ୍ରଦେଶ ସୀମାରେ ଥିବା ଗାଜୀପୁରରେ କୃଷକମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ତେବେ ଏହି ଆନ୍ଦୋଳନ ଭିତରେ ବି ରଙ୍ଗର ବର୍ବକୁ ପାଳନ କରିଛନ୍ତି ଅନ୍ନଦାତା। ଗାଜିପୁରରେ ଆନଦୋଳନରତ ଚାଷୀମାନେ ଗୀତ ଓ ନୃତ୍ୟ କରି ହୋଲି ପାଳନ କରିଛନ୍ତି। ଯାହାର ଭିଡିଓ ଏବେ ସାମ୍ନାକୁଆସିଛି ।

ଚାଷୀମାନେ ନିଜର ଦୁଃଖକୁ ଭୁଲି ବେଶ୍ ଖୁସିରେ ବାଜା ବଜାଇ, ନାଚି-ଗାଇ ହୋଲି ପାଳନ କରୁଛନ୍ତି। ଜଣେ ଚାଷୀ କହିଛନ୍ତି, ‘ସରକାର ଆମର ଦାବିକୁ ଗ୍ରହଣ କରନ୍ତୁ ଏବଂ ତିନୋଟି କୃଷି ଆଇନ ପ୍ରତ୍ୟାହାର କରନ୍ତୁ। ଯାହାଫଳରେ ଆମେ ନିଜ ଘରକୁ ଫେରିପାରିବୁ।’

ସୂଚନାଯୋଗ୍ୟ, ଗତବର୍ଷ ସେପ୍ଟେମ୍ବରରେ କୃଷି କ୍ଷେତ୍ରରେ ଐତିହାସିକ ପରିବର୍ତ୍ତନ କହି ମୋଦି ସରକାର ସଂସଦରେ ତିନୋଟି କୃଷି ବିଲ୍ ଆଗତ କରିଥିଲେ । କୁହାଯାଇଥିଲା- ଏହି ବିଲ୍ ଦ୍ୱାରା ମଧ୍ୟସ୍ଥି ହଟିବା ସହ ଚାଷୀ ଦେଶର କୌଣସି ସ୍ଥାନରେ ଫସଲ ବିକି ପାରିବେ । ହେଲେ କେନ୍ଦ୍ରର ଏହି ତିନି କୃଷି ଆଇନକୁ ବିରୋଧ କରି ଗତବର୍ଷ ନଭେମ୍ବରରୁ ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ସରକାରଙ୍କ ସହ ଏକାଧିକ ବାର ବୈଠକ ପରେ ବି ନିଷ୍କର୍ଷ ବାହାରି ପାରିନି । ଅନ୍ୟପଟେ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଦେଶବ୍ୟାପୀ କୃଷି ଆଇନ୍ ବିରୋଧରେ କୃଷକ ଆରମ୍ଭ କରିଛନ୍ତି ଅଭିଯାନ।

Latest Posts

Don't Miss