ଜୋର୍ ଧରୁଛି କୃଷକ ଆନ୍ଦୋଳନ; ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ, ଟୋଲ୍ ପ୍ଲାଜାରେ ବିକ୍ଷୋଭ ପ୍ରଦର୍ଶନ

1 min read
Farmer Protest

ନୂଆଦିଲ୍ଲୀ: ଦିନକୁ ଦିନ କୃଷକ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଦିଲ୍ଲୀ ହରିୟାଣାର ସିଂଘୁ ସୀମାରେ ଆନ୍ଦୋଳନ ଆହୁରି ଜୋରଦାର କରିଛନ୍ତି ଆନ୍ଦୋଳନରତ ଚାଷୀ ।

ସୂଚନା ମୁତାବକ ଆଜି ଦିଲ୍ଲୀ- ଆଗ୍ରା ଦିଲ୍ଲୀ- ଜୟପୁର ଜାତୀୟ ରାଜପଥ ଅବରୋଧ କରୁଛନ୍ତି ଚାଷୀ । ଏଥିସହ ଦେଶର ସମସ୍ତ ଟୋଲ ପ୍ଲାଜାରେ ବିକ୍ଷୋଭ କରାଯାଉଛି। ଏଭଳି ପରିସ୍ଥିତିକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ଆସନ୍ତା ୧୪ ତାରିଖରେ ଦେଶରେ ବିଭିନ୍ନ ପ୍ରାନ୍ତରେ ବିକ୍ଷୋଭ କରିବା ସହ ଚକାଜାମ କରିବା ପାଇଁ ଆହ୍ୱାନ ଦେଇଛନ୍ତି ଚାଷୀ ସଂଘ ।

ଆଗକୁ ଆନ୍ଦୋଳନକୁ ଆହୁରି ତୀବ୍ର କରିବା ପାଇଁ ପଞ୍ଜାବର ୫୦ ହଜାର ଚାଷୀ ଏବେ ଦିଲ୍ଲୀ ମୁହାଁ ହୋଇଛନ୍ତି । ପୁରା ଦିଲ୍ଲୀରେ ଚକାଜାମ୍ କରିବାକୁ ଚାଷୀମାନେ ଯୋଜନା କରିଛନ୍ତି । ସମସ୍ୟାର ସମାଧାନ ପାଇଁ ପାଞ୍ଚ ପାଞ୍ଚ ଥର ସରକାରଙ୍କ ସହ ଆଲୋଚନା ହୋଇଥିଲେ ବି ଏଯାବତ୍ କୌଣସି ସମାଧାନର ବାଟ ମିଳିପାରିନାହିଁ ।

ତେବେ ଚାଷୀଙ୍କ ସନ୍ତୁଷ୍ଟିକରଣ ପାଇଁ କିଛି ପ୍ରସ୍ତାବ ଦେଇ ଚୁପ୍ ବସିଛନ୍ତି ସରକାର । ନିଜର ହକ୍ ନପାଇଲା ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନ ଜାରି ରଖିବେ ଦିଲ୍ଲୀ ସୀମାରେ ବସିଥିବା ଚାଷୀ ମାନେ ପ୍ରକାଶ କରିଛନ୍ତି ।

Leave a Reply