ଦିଲ୍ଲୀ ସୀମାରୁ ହଟିବେ କି ଚାଷୀ ?

1 min read
Farmers To Formally Call Off Protest Tomorrow

ନୂଆଦିଲ୍ଲୀ: ହଟିବ କି ଗତିରୋଧ । ଦିଲ୍ଲୀ ସୀମାରୁ ହଟିବେ କି ଚାଷୀ ? ଶେଷ ହୋଇପାରେ ଚାଷୀଙ୍କର ବର୍ଷକର ସଂଗ୍ରାମ । କୃଷି ଆନ୍ଦୋଳନର ଭବିଷ୍ୟତକୁ ନେଇ କାଲି ହେବ ଫଇସଲା । ତେବେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ସରକାରଙ୍କଠାରୁ ଲିଖିତ ପ୍ରତିଶ୍ରୁତି ଚାହିଁଛନ୍ତି ଚାଷୀ । ଚାଷୀ ଆନ୍ଦୋଳନ ବନ୍ଦ ପାଇଁ ସରକାର ଦେଇଥିବା ପ୍ରସ୍ତାବକୁ ଚାଷୀ ସଂଗଠନ ଗ୍ରହଣ କରିଛନ୍ତି । ଆନ୍ଦୋଳନ ବନ୍ଦ କରିବାକୁ ନେଇ ଆଜି ସରକାର ଚାଷୀଙ୍କୁ ଆଉ ଏକ ସଂଶୋଧନ ପ୍ରସ୍ତାବ ମଧ୍ୟ ଦେଇଛନ୍ତି । ଯାହାକୁ ନେଇ ଆସନ୍ତାକାଲି ବୈଠକରେ ଆଲୋଚନା କରାଯିବ ।

ଏହାପରେ ଆନ୍ଦୋଳନ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଚାଷୀ ନେତା ରାକେଶ ଟିକାୟତ । ବିବାଦୀୟ କୃଷି ଆଇନ ରଦ୍ଦ ହେବା ପରେ ବିଭିନ୍ନ ଦାବି ନେଇ ଆନ୍ଦୋଳନ ଜାରି ରଖିଛନ୍ତି ଚାଷୀ ସଂଗଠନ । ଚାଷୀ ସଂଗଠନର କେତେକ ଦାବି ପୂରଣ ପାଇଁ ସରକାର ପ୍ରତିଶ୍ରୁତି ଦେଇଥିବା ବେଳେ ଆଜି ମିଳିତ କିଷାନ ମୋର୍ଚ୍ଚାର ୫ ଜଣିଆ କମିଟିର ବୈଠକ ହୋଇଥିଲା । କାଲି ଦିନ ୧୨ରେ ହେବାକୁ ଥିବା ବୈଠକରେ ଆନ୍ଦୋଳନର ଭବିଷ୍ୟତ ନିର୍ଦ୍ଧାରଣ ହେବ ।

Leave a Reply