ମାଲଗୋଦାମ ଡାଲି ବ୍ୟବସାୟୀ ହତ୍ୟା ଘଟଣା, ୭ ବର୍ଷ ପରେ ଅଭିଯୁକ୍ତ ଗିରଫ

1 min read

କଟକ: ବହୁ ଚର୍ଚ୍ଚିତ ମାଲଗୋଦାମ ଡାଲି ବ୍ୟବସାୟୀ ମହମ୍ମଦ ଫାରୁକ ହତ୍ୟା ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଗିରଫ । ଫେରାର ଅଭିଯୁକ୍ତ ଶଙ୍କର ଓରଫ ଦୀପକ କୁମାର ନାୟକଙ୍କୁ ୭ ବର୍ଷ ପରେ ଗିରଫ କରିଛି ମାଲଗୋଦାମ ଥାନା ପୋଲିସ । ଶଙ୍କର ଠାରୁ ବନ୍ଧୁକ ଓ ଗୁଳି ଜବତ କରିଛି ପୋଲିସ । ହତ୍ୟାକାଣ୍ଡ ଭିଆଇବା ପରେ ଶଙ୍କର ରାଜ୍ୟ ବାହାରକୁ ଫେରାର ହୋଇଯାଇଥିଲା । ରାଜ୍ୟ ବାହାରୁ ଘରକୁ ଆସି ପୁଣି ଥରେ ରାଜ୍ୟ ବାହାର କୁ ଯିବା ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସ ଗିରଫ କରିବାରେ ସଫଳ ହୋଇଛି  ।

ସେପଟେ ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ମାମଲାରେ ପୂର୍ବରୁ ଡି-ବ୍ରଦର୍ସଙ୍କ ସମେତ 5ଜଣ ସହଯୋଗୀକୁ ଗିରଫ କରିଛି ପୋଲିସ । ସେପଟେ ବିଳମ୍ବରେ ହେଲେ ବି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାରୁ ଖୁସି ଜାହିର କରିଛନ୍ତି ହତ୍ୟାକାଣ୍ଡର ଶୀକାର ଫାରୁକଙ୍କ ସମ୍ପର୍କୀୟ । ଡାଲି ବ୍ୟବସାୟୀ ମହମ୍ମଦ ଫାରୁକଙ୍କୁ ଶଙ୍କର  ହତ୍ୟା କରିଥିବାବେଳେ ଶଙ୍କରଙ୍କୁ ଖଲାସ କରିବା ପଛରେ ଡି ବଦର୍ସଙ୍କ ହାତ ରହିଥିବା କହିଛି ପୋଲିସ  ।

Leave a Reply