ଲଦାଖକୁ ବଞ୍ଚାଇବା ଲାଗି ମାଇନସ୍‌ ତାପମାତ୍ରାରେ ଅନଶନ

ଲଦାଖ: ଲଦାଖକୁ ବଞ୍ଚାଇବା ଲାଗି ମାଇନସ ତାପମାତ୍ରାରେ ଅନଶନ। ଲଦାଖ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ବରଫ ଉପରେ ଧାରଣା ଦେଇଛନ୍ତି ସୋନମ ଓ୍ବାଙ୍ଗଚୁକ୍ । ସୋନମ ଓ୍ବାଙ୍ଗଚୁକ ଜଣେ ସମାଜ ସଂସ୍କାରକ ଭାବେ ଖ୍ୟାତି ଅର୍ଜନ କରିଥିବା ବେଳେ ତାଙ୍କ ଜୀବନ କାହାଣୀକୁ ନେଇ ନିର୍ମିତ ହୋଇଥିଲା ବଲିଉଡ ମୁଭି ଥ୍ରୀ ଇଡିଅଟସ । ଲଦାଖର ଫିଆଙ୍ଗ ସ୍ଥିତ ହିମାଳୟନ ଇନଷ୍ଟିଚ୍ୟୁଟ ଅଫ ଅଲଟରନେଟିଭ ଲଦାଖ ନିକଟରେ ସେ ଦେଇଛନ୍ତି ଧାରଣା ।

ଲଦାଖ ଏକ ସ୍ପର୍ଶକାତର ଅଞ୍ଚଳ ହୋଇଥିବାରୁ ପରିବେଶଗତ ସୁରକ୍ଷା ନିମନ୍ତେ ପଦକ୍ଷେପ ନେବା ଲାଗି କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି ସୋନମ । କିଛି ବର୍ଷ ଧରି ଲଦାଖର ଜମି, ସାଂସ୍କୃତିକ ମହତ୍ବର ସୁରକ୍ଷା ଲାଗି ବିଭିନ୍ନ ସଂଗଠନ ଦାବି କରିଆସୁଛନ୍ତି। ଲଦାଖରେ ତାପମାତ୍ରା ମାଇନସ ୨୦ ଡିଗ୍ରୀ ସେଲସିୟସ ରହିଥିବାବେଳେ ଜୀବନ ପ୍ରତି ଖାତିର ନକରି ଅନଶନରେ ଅଛନ୍ତ ସୋନମ । ତାଙ୍କ ମତରେ ଯଦି ଗ୍ଲାସିୟର ନଷ୍ଟ ହୋଇଯାଏ ତେବେ ଦେଶରେ ଜଳ ସମସ୍ୟା ଅଧିକ ଉତ୍କଟ ହେବ । କେତେକ ଗବେଷକଙ୍କ ମତରେ ଲଦାଖର ପ୍ରାୟ ଦୁଇ ତୃତୀୟାଂଶ ଗ୍ଲାସିୟର ବିଲୁପ୍ତି ବଳୟରେ ରହିଛି ।