ବାପାକୁ ନୃଶଂସ ଭାବେ ହତ୍ୟା କଲେ ୨ ସୈତାନ ପୁଅ

father beaten up to death by two sons in ganjam

ଗଞ୍ଜାମ: ରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ବାପାକୁ ନୃଶଂସ ଭାବେ ହତ୍ୟା କଲେ ୨ ସୈତାନ ପୁଅ। ଆଜି ସଟଡାଉନ୍ ଥିବା ବେଳେ ସକାଳୁ ସକାଳୁ ଏଭଳି ଏକ ଖବର ଲୋକଙ୍କୁ ସ୍ତବ୍ଧ କରିଦେଇଛି । ଗଞ୍ଜାମ ଜିଲ୍ଲା ଆସିକା ପୋଲସରା ଥାନା ଅଞ୍ଚଳରେ ଘଟିଛି ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ। କଳମ୍ବ ବଡ଼ସାହିର ସୁଶାନ୍ତ ଓ ମଙ୍ଗୁଳୁ ପ୍ରଧାନ ବାପାକୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏଭଳି ଏକ ନିନ୍ଦନୀୟ ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି । ବିଳମ୍ବିତ ରାତିରେ ମଦ୍ୟପ ପୁଅମାନେ ଲଗାତାର ଭାବେ ବାପା ମାଆଙ୍କୁ ମାରପିଟ୍ କରିଥିଲେ ।

ବାପାକୁ ଆକ୍ରମଣ ବେଳେ ମା’ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୋଲସରା ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ସ୍ଥାନୀୟ ଲୋକଙ୍କ ଅନୁସାରେ ଗତ କିଛି ଦିନ ଧରି ଉଭୟ ପୁଅ ମାଆ ବାପାଙ୍କୁ ମାରପାଟ୍ କରୁଥିଲେ । ପରିବାରରେ ଲଗାତାର ଆଶାନ୍ତି ଜାରି ରହୁଥିବେ ବେଳେ ଆଜି ସକାଳେ ସୈତାନ ପୁଅ ବାପାଙ୍କୁ ପିଟିପିଟି ହତ୍ୟା କରିଦେଇଛନ୍ତି । ପୋଲିସ ୨ ଭାଇ ସୁଶାନ୍ତ ଓ ମଙ୍ଗୁଳୁକୁ ଅଟକ ରଖିଛି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ପାରିବାରିକ କଳହରୁ ହତ୍ୟାକାଣ୍ଡ ଘଟିଥିବା ପୋଲିସ ଅନୁମାନ କରୁଛି। ପୋଲିସ ଘଟଣାର ଅଧିକ ତଦନ୍ତ ଚଲାଇଛି।

Leave a Reply