୫ବର୍ଷ ପରେ ବଡ଼ ପରାଦାରେ ଶାହରୁଖଙ୍କ ଏଣ୍ଟ୍ରି, ଜାଣନ୍ତୁ କେବେ ରିଲିଜ ହେବ ଫିଲ୍ମ ‘ପଠାନ୍’ ?

1 min read

ମୁମ୍ବାଇ: କିଙ୍ଗଖାନଙ୍କ ହେବାକୁଯାଉଛି ଜବରଦସ୍ତ ଏଣ୍ଟ୍ରି । ଦୀର୍ଘ ୫ ବର୍ଷ ବ୍ୟବଧାନ ପରେ ବଡ଼ ପରଦାରେ ନଜର ଆସିବେ ବଲିଉଡ଼ର ବାଦଶାହ । ଫିଲ୍ମ ପଠାନକୁ ନେଇ ଚାଲିଥିବା ଚର୍ଚ୍ଚାରେ ଏବେ ଲାଗିପାରେ ପୂର୍ଣ୍ଣଚ୍ଛେଦ । ଶାହାରୁଖ ଏନେଇ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ ଟିଜର ସେୟାର କରିଛନ୍ତି । ଏଥିରେ ସେ ଫିଲ୍ମର ରିଲିଜ ଡେଟ ମଧ୍ୟ ଘୋଷଣା କରିଛନ୍ତି । ଆସନ୍ତା ବର୍ଷ ୨୫ ଜାନୁୟାରୀରେ ରିଲିଜ ହେବାକୁ ଯାଉଛି ସାହରୁଖଙ୍କ ଫିଲ୍ମ ପଠାନ ।

https://twitter.com/iamsrk/status/1498901170399879170

ତେବେ ଏହାକୁ ନେଇ ଶାହରୁଖ ସୋସିଆଲ ମିଡ଼ିଆରେ ଲେଖିଛନ୍ତି ଯେ, ରିଲିଜ ଡେଟ୍ ବିଳମ୍ବ ଅଛି କିନ୍ତୁ ଆପଣ ଏହି ଡେଟ୍ କୁ ମନେ ରଖନ୍ତୁ । ପଠାନ’ର ସମୟ ଆରମ୍ଭ ହୋଇଯାଇଛି । ୨୦୨୩ ଜାନୁୟାରୀ ୨୫ରେ ଆପଣଙ୍କ ସହ ଭେଟ ହେବ । କେବଳ ସେତିକି ନୁହେଁ ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ତାଙ୍କର ଏହି ଫିଲ୍ମ କେବଳ ହିନ୍ଦି ନୁହେଁ ତାମିଲି ଏବଂ ତେଲେଗୁ ଭାଷାରେ ମଧ୍ୟ ରିଲିଜ ହେବ ।

ଟିଜରରେ ଶାହରୁଖଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି । ଟିଜରଟିର ଆରମ୍ଭରୁ ଜନ୍ ଇବ୍ରାହିମ ଓ ଦିପିକାଙ୍କ ଏଣ୍ଟ୍ରି ସହ ସାହରୁଖଙ୍କ ଲୁକ୍ କୁ ଦେଖାଯାଉଛି । ଯଦିଓ ଭିଡିଓଟିରେ ଶାହରୁଖଙ୍କ ଲୁକ୍ ସ୍ପଷ୍ଟ ଦେଖାଯାଇ ନାହିଁ ତଥାପି ଭିଡିଓଟି ରିଲିଜ ହେବାର କମ ସମୟ ମଧ୍ୟରେ ଏହାକୁ ଖୁବ୍ ପସନ୍ଦ କରିଛନ୍ତି ତାଙ୍କ ପ୍ରସଂଶକ ।

Leave a Reply