୨୭ ଦିନର ଆନ୍ଦୋଳନ ପରେ ଓଟିଭି କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗିଲା, କର୍ମଚାରୀଙ୍କୁ ଦେଲେ ନ୍ୟାୟ ପ୍ରତିଶ୍ରୁତି

1 min read
OTV Sarua

ଭୁବନେଶ୍ୱର: ମୁଣ୍ଡ ନୁଆଁଇଲେ ଓଟିଭି କର୍ତ୍ତୃପକ୍ଷ । ଆଲୋଚନା ପରେ ଆନ୍ଦୋଳନକାରୀଙ୍କ ସମସ୍ତ ଦାବି ମାନିବାକୁ ବାଧ୍ୟ ହୋଇଛନ୍ତି OTV କର୍ତ୍ତୃପକ୍ଷ । ଦାବି ପୂରଣ ନେଇ ଓଟିଭି କର୍ତ୍ତୃପକ୍ଷଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିବା ପାଇଁ ସହମତି ପ୍ରକାଶ କରିଛନ୍ତି ଅସ୍ଥାୟୀ କର୍ମଚାରୀମାନେ । ତେବେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଯୋଗୁଁ ସେମାନଙ୍କୁ ନ୍ୟାୟ ମିଳିଥିବା ନେଇ କହିଛନ୍ତି ଅସ୍ଥାୟୀ କର୍ମଚାରୀମାନେ ।

ପରବର୍ତ୍ତୀ ମୂହୁର୍ତ୍ତରେ ଆଲୋଚନା ସମ୍ପର୍କରେ ରାଜ୍ୟ ସରକାରଙ୍କୁ, ଭୁବନେଶ୍ୱର ଡିଭିଜନାଲ ଲେବର କମିଶନର ରିପୋର୍ଟ ଦେବେ ବୋଲି ସୂଚନା ମିଳିଛି । ଦୀର୍ଘ ୨୭ ଦିନ ଧରି ସାରୁଅ ଷ୍ଟୁଡିଓ ସମ୍ମୁଖରେ ଆନ୍ଦୋଳନ କରିବା ପରେ ଶେଷରେ ଅସ୍ଥାୟୀ କର୍ମଚାରୀଙ୍କ ବିଜୟ ହୋଇଛି ।

 ଓଟିଭିର ମନମୁଖୀ କାର୍ଯ୍ୟ ଯୋଗୁଁ ଦୀର୍ଘ ଦିନ ଧରି ଅସ୍ଥାୟୀ କର୍ମଚାରୀମାନେ ସମସ୍ୟାରେ ଥିଲେ । କମ୍ପାନୀ ଦ୍ୱାରା ଶୋଷଣର ଶିକାର ହୋଇ ମଧ୍ୟ ଚୁପ୍‌‌ ରହୁଥିଲେ । ହେଲେ ଯେତେବେଳେ କମ୍ପାନୀ ଅମାନବିକତାର ସୀମା ଟପିବାରେ ଲାଗିଲା ସେତେବେଳେ କର୍ମଚାରୀମାନେ ସ୍ୱର ଉତ୍ତୋଳନ କଲେ । ଆଉ ନିଜ ହକ୍‌ ଓ ନ୍ୟାୟ ପାଇଁ ଆନ୍ଦୋଳନର ପନ୍ଥା ଆପଣାଇଲେ ।

ଓଟିଭି ମାଲିକାନାରେ ଥିବା ସାରୁଅ ଷ୍ଟୁଡିଓ ଗେଟ୍‌ ସମ୍ମୁଖରେ ଦୀର୍ଘ ୨୭ ଦିନ ପର୍ଯ୍ୟନ୍ତ ଆନ୍ଦୋଳନ କରିବା ପରେ ଆଜି କର୍ତ୍ତୃପକ୍ଷଙ୍କଠାରୁ ନ୍ୟାୟର ପ୍ରତିଶ୍ରୁତି ମିଳିଛି । କର୍ମଚାରୀଙ୍କ ସବୁ ଦାବି ପୁରଣ କରାଯିବ ବୋଲି ଓଟିଭି କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି ।

Leave a Reply