ବାଣ ପାଇଁ ଜଳିଗଲା କୋଲକାତା ପାରାଦ୍ବୀପ ବସ, ଜଳିଗଲେ କେନ୍ଦ୍ରାପଡାର ମହିଳା

କେନ୍ଦ୍ରାପଡା: ଚଳନ୍ତା ବସରେ ଲାଗିଲା ନିଆଁ । କୋଲକାତା ବାବୁଘାଟରୁ ପାରାଦୀପ ଆସୁଥିବା ଯାତ୍ରୀବାହୀ ବସରେ ନିଆଁ ଲାଗିଛି । ଅଗ୍ନିକାଣ୍ଡରେ କେନ୍ଦ୍ରାପଡା ମାର୍ଶାଘାଇ ବ୍ଲକ ନୋଳିଆ ଜଗଦୀଶପୁର ଗାଁର ପୁଷ୍ପାଞ୍ଜଳି ଦାସ ପ୍ରାଣ ହରାଇଛନ୍ତି । ୩୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଅନ୍ୟ ଆହତ ଯାତ୍ରୀଙ୍କୁ ମେଦିନୀପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

ଗତକାଲି ଶିବମ୍‌ ବସ୍‌ ପାରାଦୀପ ଆସୁଥିବା ବେଳେ ଖଡ଼ଗପୁର ନିକଟ ଜାତୀୟ ରାଜପଥରେ ଜଳି ଯାଇଥିଲା । ବସରେ ମୋଟ ୫୮ ଜଣ ଯାତ୍ରୀ ଥିଲେ । ନିଆଁ ଲାଗିବା ଜାଣିବା ପରେ ଭୟଭୀତ ହୋଇ ପଡିଥିଲେ ଯାତ୍ରୀ । ଧୂଆଁ ସାଙ୍ଗକୁ ଅଣନିଃଶ୍ବାସୀ ହୋଇପଡିବାରୁ ପୁଷ୍ପଲତାଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ପୁଷ୍ପାଞ୍ଜଳି ବସ ମଧ୍ଯରୁ ବାହାରକୁ ବାହାରିବା ସମୟରେ ତାଙ୍କ ଆଗରେ ଦୁଇ ଜଣ ବୃଦ୍ଧ ଥିଲେ ।

ଏହି ସମୟରେ ଦୁଇ ଜଣ ବୃଦ୍ଧଙ୍କୁ ପ୍ରଥମେ ବାହାର କରିଦେବାକୁ ସ୍ବାମୀଙ୍କୁ କହିଥିଲେ ପୁଷ୍ପାଞ୍ଜଳି । କିନ୍ତୁ ପୁଷ୍ପାଞ୍ଜଳି ବାହାରିବା ସମୟରେ ବସର ଗେଟ ଲକ୍ ହୋଇଯାଇଥିଲା । ଫଳରେ ପୁଷ୍ପାଞ୍ଜଳି ବସ ମଧ୍ଯରୁ ବାହାରି ପାରିନଥିଲେ । ବସରେ ଅତ୍ଯଧିକ ଧୂଆଁ ହୋଇଯିବାରୁ ପୁଷ୍ପାଞ୍ଜଳି ଶ୍ବାସରୁଦ୍ଧ ହୋଇ ନିଜ ଜୀବନ ହାରିଥିଲେ ।ବସ ଭିତରେ ବାଣ ଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।