spot_img

Latest Posts

ବସଷ୍ଟାଣ୍ଡରେ ଛିଡ଼ା ହୋଇଥିବା ବେଳେ ଜଳିଗଲା ୨ଟି ଘରୋଇ ବସ୍: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଯାଜପୁର: ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ବସ୍ ଷ୍ଟାଣ୍ଡରେ ଘଟିଛି ଅଭାବନୀୟ ଘଟଣା। ଯାତ୍ରୀଙ୍କୁ ଛାଡ଼ି ଷ୍ଟାଣ୍ଡରେ ଛିଡ଼ା ହୋଇଥିବା ବେଳେ ନିଆଁରେ ଜଳି ପାଉଁଶ ହୋଇଯାଇଛି ୨ଟି ଘରୋଇ ବସ୍। ଏଥିରେ କାହାରି କୌଣସି କ୍ଷତି ହୋଇନଥିବା ବେଳେ ଏହି ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ସୂଚନା ମୁତାବକ ସୁଲୋଚନା ଓ ନିରୁପମା ନାମକ ଏହି ୨ଟି ବସ୍ ସବୁଦିନ ପରି ଆଜି ମଧ୍ୟ କଟକରୁ ଯାତ୍ରୀ ନେଇ ନିର୍ଦ୍ଧାରିତ ସମୟରେ ଯାଜପୁର ରୋଡ଼ ବସ୍ ଷ୍ଟାଣ୍ଡରେ ପହଞ୍ଚିଥିଲେ। ପରେ ଯାତ୍ରୀଙ୍କୁ ଛାଡ଼ି ବସ୍ ଧୁଆ ପୋଛା କରି ଚାଳକ ଓ ହେଲ୍ପର ଖାଇବାକୁ ଯାଇଥିଲେ। ବସ୍ ୨ଟି ପାଖା ପାଖି ରହିଥିଲା। କିଛି ସମୟ ପରେ ବସ୍ ରେ ନିଆଁ ଲାଗିଛି ବୋଲି ସୂଚନା ପାଇ ଆସି ଦେଖିଲା ବେଳକୁ ବସ୍ ୨ଟି ହୁତୁ ହୁତୁ ହୋଇ ଜଳୁଛି।

ପରେ ଅଗ୍ନିଶମ ବାହିନୀ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ କେଉଁ ପରିସ୍ଥିତିରେ ଛିଡ଼ା ହୋଇଥିବା ବସ ୨ଟି ଜଳି ଗଲା, ତାହା ଏବେ ଅସ୍ପଷ୍ଟ ରହିଛି।

Latest Posts

Don't Miss