ରାଉରକେଲା ଇସ୍ପାତ କାରଖାନାରେ ଅଗ୍ନିକାଣ୍ଡ, ତଦନ୍ତ କରିବେ ସିଜିଏମ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନାର ଏସଏମଏସ ୨ କଣ୍ଟ୍ରୋଲ ରୁମରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ କଣ୍ଟୋଲ ରୁମର କେଵୁଲ କମ୍ପ୍ୟୁଟର, ମନିଟର ଓ ପ୍ୟାନେଲ ବୋର୍ଡ ସହ ଅନ୍ୟ ସରଞ୍ଜାମ ଜଳି ନଷ୍ଟ ହୋଇଥିବା ଅଭିଯୋଗ। ସ୍ଲାଗ ପଟ ବ୍ଲାଷ୍ଟ ହେଵାରୁ ଅଗ୍ନିକାଣ୍ଡ ହୋଇଥିବା ଜଣା ପଡିଛି। ସେପଟେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି।

ନିଆଁ ଲାଗିବା ଅଭିଯୋଗ ପରେ ରାଉରକେଲା ଇସ୍ପାତ କାରଖାନାର ମୁଖ୍ୟ ନିର୍ବାହୀ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ମଧ୍ୟ ରାତିରେ ଅଗ୍ନିକାଣ୍ଡ ଘଟିଥିବାବେଳେ ନିଆଁ କାହିଁକି ଏବଂ କେଉଁ କାରଣରୁ ଲାଗିଛି ତାହା ସ୍ପଷ୍ଟ ହୋଇନାହିଁ । ସେପଟେ ଅଗ୍ନିକାଣ୍ଡ ହେବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଉରକେଲା ଇସ୍ପାତ କାରଖାନା ମୁଖ୍ୟ ନିର୍ବାହୀ ଅଧିକାରୀ।

୪ଜଣ ସିଜିଏମ ଘଟଣାର ତଦନ୍ତ କରିବେ। ଅଗ୍ନିକାଣ୍ଡର କାରଣ ଓ କ୍ଷୟକ୍ଷତି ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ମଧ୍ୟ ରାତିରେ ଏହି ନିଆଁ ଲାଗିଥିବାରୁ ଅନେକ ଜିନିଷ ନଷ୍ଟ ହୋଇଯାଇଛି । କିନ୍ତୁ ତତକ୍ଷାଣତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିନେଇଥିଲେ ।

Leave a Reply