ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁକୁ ଆୟତ୍ତ କରୁଛି ଅଗ୍ନିଶମ ବାହିନୀ

Fire Service Personnel Defusing Similipal Forest Fire

ବାରିପଦା: ଓଡ଼ିଶାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରିଥିବା ଶିମିଳିପାଳ ଅଭୟାରଣ୍ୟ ଏବେ ବିପଦରେ । ଦିନ ରାତି ଜଳୁଛି ଏହି ବିରାଟ ବନଭୂମି, ଏଥିରେ ହଜାର ହଜାର ବୃକ୍ଷରାଜି ଔଷଧୀୟ ଗୁଳ୍ମ ଜଳି ପୋଡ଼ି ପାଉଁଶ ହୋଇଯାଉଛି ଏବଂ ବସବାସ କରୁଥିବା ଜୀବଜନ୍ତୁ ସହରାଭିମୁଖୀ ହେଉଛନ୍ତି । ଅଗ୍ନିଶମ ବିଭାଗର କର୍ମଚାରୀମାନେ ଶିମିଳିପାଳ ଜଙ୍ଗଲରେ ଏହି ଭୟାନକ ନିଆଁକୁ ଆୟତ୍ତ କରିବାକୁ ଦିନରାତି ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ଶିମିଳିପାଳର କେନ୍ଦ୍ରାଞ୍ଚଳରେ ଥିବା ପାହାଡ଼ିଆ ତିଖ ଓ ଖାଲୁଆ ସ୍ଥାନ ଗୁଡ଼ିକୁ ନିଆଁ ଲିଭାଇବା ପାଇଁ ଗାଡ଼ି ସହଜରେ ପହଞ୍ଚିବା ସମ୍ଭବପର ହେଉ ନଥିବାରୁ ସେହି ଅଞ୍ଚଳ ଗୁଡ଼ିକରେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ କର୍ମଚାରୀମାନଙ୍କୁ ନାକେଦମ୍ ହେବାକୁ ପଡ଼ୁଛି ।

Fire Service Personnel Defusing Similipal Forest Fire

ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶାନୁଯାୟୀ ମୟୂରଭଞ୍ଜ ଜିଲ୍ଲା ଅଧୀନରେ ଥିବା ୨ଟି ସହକାରୀ ଅଗ୍ନିଶମ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିଆଁକୁ ନିୟନ୍ତ୍ରଣାଧୀନ କରିବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରହିଛି । ଏ ପର୍ଯ୍ୟନ୍ତ ବାରିପଦା ସହକାରୀ ଅଗ୍ନିଶମ ଅଧିକାରୀଙ୍କ କାର୍ଯ୍ୟାଳୟ ଅଭୟାରଣ୍ୟ ମଧ୍ୟରେ ୨୨୨ଗୋଟି ସ୍ଥାନରେ ଅଗ୍ନି ନିର୍ବାପନ କରିଛନ୍ତି ଏବଂ ରାଇରଙ୍ଗପୁର ସହକାରୀ ଅଗ୍ନିଶମ ଅଧିକାରୀଙ୍କ କାର୍ଯ୍ୟାଳୟ ଅଭୟାରଣ୍ୟ ମଧ୍ୟରେ ୧୩୫ ଗୋଟି ସ୍ଥାନରେ ଅଗ୍ନି ନିର୍ବାପନ କରିଛନ୍ତି । ଅଭୟାରଣ୍ୟର କେନ୍ଦ୍ରାଞ୍ଚଳରେ ମଧ୍ୟ ୫୪ଟି ସ୍ଥାନରେ ମଧ୍ୟ ନିଆଁ ଲାଗିଅଛି । ଉଭୟ ସହକାରୀ ଅଗ୍ନିଶମ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମୋଟ ୧୩୫ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି ।

Fire Service Personnel Defusing Similipal Forest Fire

ଶୂଳିଆପଦା, ବାଙ୍ଗିରିପୋଷି, ଉଦଳା, କପ୍ତିପଦା, ବଡ଼ସାହି, ପୁରୁଣା ବାରିପଦା, ଯଶୀପୁର, କରଞ୍ଜିଆ ଏବଂ ଠାକୁରମୁଣ୍ଡା ଅଗ୍ନିଶମ କେନ୍ଦ୍ରର କର୍ମଚାରୀ ମାନେ ମଧ୍ୟ ନିୟୋଜିତ ହୋଇଛନ୍ତି । ସେହିପରି ରାଇରଙ୍ଗପୁର ସହକାରୀ ଅଗ୍ନିଶମ ଅଧିକାରୀ ମଣ୍ଡଳରୁ ଜାମଡ଼ା, ତିରିଂ, ସୁକୃଳି ଏବଂ ରାଇରଙ୍ଗପୁର ଅଗ୍ନିଶମ କେନ୍ଦ୍ରର କର୍ମଚାରୀ ମାନେ ନିୟୋଜିତ ହୋଇଛନ୍ତି । ଏଥିରେ ବାରିପଦା ମଣ୍ଡଳ ପକ୍ଷରୁ ୨୬ଟି ନିଆଁ ଲିଭା ଗାଡ଼ି ଏବଂ ରାଇରଙ୍ଗପୁର ମଣ୍ଡଳ ପକ୍ଷରୁ ୨୪ଟି ନିଆଁ ଲିଭା ଗାଡ଼ି ମୁତୟନ କରାଯାଇଛି । ଏହା ବାଦ୍ ଯମୁଆଣି ଠାରେ ୨ଟି କ୍ୟାମ୍ପ, ବରକମଡ଼ା ଓ କେନ୍ଦୁମୁଣ୍ଡି ଠାରେ ଗୋଟିଏ କ୍ୟାମ୍ପ କରି କର୍ମଚାରୀମାନେ ସଜାହ ଅଛନ୍ତି ।

Leave a Reply