ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବ୍ରହ୍ମପୁରରେ ଗୁଳିମାଡ଼, ମେଡିକାଲରେ ପରିବା ବେପାରୀ

ବ୍ରହ୍ମପୁର: ଗୋଷାଣୀ ନୂଆଗାଁ ଥାନା ଅନ୍ତର୍ଗତ ଶାଳିଆବନ୍ଧ ସାହିରେ ଗୁଳିକାଣ୍ଡ । ଗୁଳିମାଡ଼ରେ ସଚିନ ଚୌଧୁରୀ ଓରଫ ରିଙ୍କୁ ନାମକ ଯୁବକ ଆହତ । ସଚିନ ରଣ୍ଢା ଠାରେ ପରିବା ବ୍ୟବସାୟୀ କରୁଥିବା ଜଣାପଡିଛି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ ହୋଇଥିବା ସଚିନଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି ।

ସୂଚନା ମୁତାବକ ବୁଧବାର ଶାଳିଆ ବନ୍ଧ ସାହିରେ ବିଏମ୍‌ସି ପକ୍ଷରୁ ଜବର ଦଖଲ ଉଚ୍ଛେଦ ଚାଲିଥିଲା । ଉକ୍ତ ସ୍ଥାନରେ ପୁଲିସ ମୁତୟନ ଥିଲେ ଏବଂ ଲୋକଙ୍କ ଭିଡ଼ ବି ଲାଗିଥିଲା । ପୁଲିସ ମୁତୟନ ଥାଇ ମଧ୍ୟ ଗୁଳିକାଣ୍ଡ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି । ଶିବ ପାଳ ନାମକ ଜଣେ ଯୁବକ ଗୁଳିମାଡ଼ କରିଥିବା ଅଭିଯୋଗ କରିଛନ୍ତି ସଚିନ୍ ।

Leave a Reply