କ୍ରସର ବନ୍ଦ କଲେନି ବୋଲି ଗୁଳି ମାରିଦେଲେ

1 min read

ଜୟପୁର: କ୍ରସର ମାଲିକଙ୍କୁ ବିଳମ୍ବିତ ରାତିରେ ଗୁଳିମାଡ଼ । କ୍ରସର ବନ୍ଦ କରିବାକୁ ନେଇ ଗୁଳିମାଡ଼ ହୋଇଛି । କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ପୁଣ୍ଡୁସିଲ ଗାଁରେ କ୍ରସର ମାଲିକ ପ୍ରସାଦ ରାଓଙ୍କୁ ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି । ପ୍ରସାଦଙ୍କ ଗୋଡ଼ରେ ୫ଟି ଗୁଳି ବାଜିଛି । ତାଙ୍କୁ ପ୍ରଥମେ ଆଶାକିରଣ ହସ୍ପିଟାଲ ପରେ କୋରାପୁଟର SLN ମେଡିକାଲରେ ICUରେ ରଖାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁଯାୟୀ, କ୍ରସର ବନ୍ଦ କରିବାକୁ ମ୍ୟାନେଜର ପ୍ରସାଦ ରାଓଙ୍କୁ ପୂର୍ବରୁ ଧମକ ଦେଇଥିଲେ । କିନ୍ତୁ, କ୍ରସର ବନ୍ଦ କରିବାକୁ  ରୋକଠୋକ୍ ମନା କରିଦେଇଥିଲେ ପ୍ରସାଦ । ଗତକାଲି ରାତିରେ ପ୍ରସାଦ କ୍ରସର ନିକଟରେ ଥିବା ସମୟରେ ଦୁର୍ବୃତ୍ତମାନେ ତାଙ୍କ ଗୋଡ଼କୁ ୫ରାଉଣ୍ଡ ଗୁଳି ଚଲାଇଥିଲେ । ମାଛକୁଣ୍ଡ ଥାନା ପୋଲିସ ଘଟଣାର ତଦନ୍ତ କରୁଛି । ')}

Leave a Reply