spot_img

Latest Posts

ଭାରତୀୟଙ୍କୁ ବେଆଇନ ଭାବେ ଆମେରିକା ପଠାଉଥିବା ଘଟଣାରେ ଆକ୍ସନ୍, ୪୦ ଟ୍ରାଭେଲ ଏଜେଣ୍ଟଙ୍କ ଲାଇସେନ୍ସ ରଦ୍ଦ

ନନ୍ଦିଘୋଷ ବ୍ୟୁରୋ : ପଞ୍ଜାବର କେତେକ ଟ୍ରାଭେଲ୍‌ ଏଜେଣ୍ଟ ଲୋକଙ୍କୁ ବେଆଇନ ଭାବେ ଡଙ୍କି ରୁଟ୍‌ ଦେଇ ଆମେରିକା ଓ ଅନ୍ୟ ଦେଶକୁ ପଠାଇ କୋଟି କୋଟି ଟଙ୍କା ରୋଜଗାର କରୁଥିବା ଜଣାପଡ଼ିବା ପରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ଅମୃତସରର ୪୦ଟି ଟ୍ରାଭେଲ ଏଜେଣ୍ଟଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି।

ଆମେରିକାରୁ ନିକଟରେ ବିଦା ହୋଇଥିବା ଭାରତୀୟମାନଙ୍କୁ ଉକ୍ତ ଏଜେଣ୍ଟମାନେ ସେଠାକୁ ପଠାଇଥିବା ଜଣାପଡ଼ିଛି । ଅମୃତସର ଡେପୁଟି କମିଶନର ସାକ୍ଷୀ ସାହନିଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଜାଲ୍‌ ଟ୍ରାଭେଲ୍‌ ଏଜେଣ୍ଟଗୁଡ଼ିକ ଉପରେ ଚଢ଼ାଉ କରିଥିଲା। ଏଥିସହିତ ଲାଇସେନ୍ସ ନବୀକରଣ କରି ନ ଥିବା ୨୭୧ ଟ୍ରାଭେଲ ଏଜେଣ୍ଟଙ୍କୁ ନୋଟିସ ଜାରି ହୋଇଛି। ଟ୍ରାଭେଲ ଏଜେଣ୍ଟଙ୍କ କାର୍ଯ୍ୟାଳୟ ଏବଂ ଇମିଗ୍ରେଶନ କନ୍‌ସଲ୍ଟାଣ୍ଟର ଦସ୍ତାବିଜ୍‌ ଯାଞ୍ଚ କରିବାକୁ ଏସ୍‌ଡିଏମ୍‌ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପଟେ ପଞ୍ଜାବ ପୋଲିସ ପୀତିତାଙ୍କ ବୟାନ ରେକର୍ଡ କରିଛି, ଯେଉଁମାନେ କହିଛନ୍ତି ଯେ, କିଛି ଟ୍ରାଭେଲ ଏଜେଣ୍ଟ ସେମାନଙ୍କୁ ବେଆଇନ ଭାବେ ଆମେରିକା ପଠାଇବାକୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଠକିଥିଲେ । ଏହି ଅଭିଯୋଗକୁ ଆଧାର କରି ପୋଲିସ ମୋଟ ୮ଟି FIR ଦାୟର କରିଥିଲା ।

Latest Posts

Don't Miss