ରାଜ୍ୟରେ ପ୍ରଥମ କୋଭିଡ ମୃତ୍ୟୁ ଅଭିଯୋଗ

ଭୁବନେଶ୍ବର: ରାଜ୍ୟରେ ପ୍ରଥମ କୋଭିଡ ମୃତ୍ୟୁ ଅଭିଯୋଗ। ବହୁବିଧ ରୋଗରେ ମୃତ ବୟସ୍କ ବ୍ୟକ୍ତି ଜଣକ ଆକ୍ରାନ୍ତ ଥିବା ସୂଚନା ରହିଛି। ତେବେ କୋଭିଡ୍ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ବିଭାଗ କୌଣସି ସ୍ପଷ୍ଟ ସୂଚନା ପ୍ରଦାନ କରିନାହିଁ। ଏହାର କାରଣ ହେଉଛି ଯେ ସମ୍ପୃକ୍ତ ବ୍ୟକ୍ତିଙ୍କ ଲକ୍ଷଣ ଦେଖା ଯିବା ପରେ ସେ ଏକ ଘରୋଇ ମେଡିକାଲ କଲେଜକୁ ନମୁନା ସଂଗ୍ରହ ପାଇଁ ଫୋନ କଲ କରିଥିଲେ । ଘରେ ତାଙ୍କ ସ୍ୱାବ ସଂଗ୍ରହ ହେବା ପରେ କୋଭିଡ ବୋଲି ଜଣା ପଡିଥିଲା । ସମ୍ପୃକ୍ତ ମେଡିକାଲ କଲେଜ ଏ ନେଇ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରିଥିଲେ । ହେଲେ ଆକ୍ରାନ୍ତ ଜଣଙ୍କ ଘରେ ସଂଘରୋଧ ହୋଇ ଚିକିତ୍ସା ନେବାକୁ ଇଚ୍ଛା ପ୍ରକାଶ କରି ଚିକିତ୍ସିତ ହେଉଥିଲେ । ଯେହେତୁ ସେ ବହୁବିଧ ରୋଗରେ ପୀଡିତ ଥିଲେ, ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି ସ୍ୱାସ୍ଥ୍ୟ ବିଭାଗ । ତା ପରେ ସରକାରୀ ସ୍ତରରେ ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ଏବେ ସୁଦ୍ଧା ଓଡି଼ଶାରେ ୨ ନୂଆ ପଜିଟିଭକୁ ମିଶାଇ ମୋଟ ୮ ଆକ୍ରାନ୍ତ  ଚିହ୍ନଟ କରାଯାଇଛି।