ମଣିଷଙ୍କୁ ଡେଇଁଲା ବାର୍ଡ ଫ୍ଲୁ, ଏହି ଦେଶରେ ଚିହ୍ନଟ ହେଲେ ରୋଗୀ

1 min read

ବେଜିଂ: ମଣିଷ ଦେହରେ ବାର୍ଡ ଫ୍ଲୁ । ଜଣେ ମଣିଷ ଦେହରେ ଦେଖାଦେଇଛି H3N8 ଭୂତାଣୁ। ଚାଇନାରେ ଜଣେ ବାଳକଙ୍କ ଦେହରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି । ଚାଇନାର ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ଆୟୋଗଙ୍କ ଦ୍ବାରା ଜାରି ହୋଇଥିବା ଏକ ବୟାନରେ ଏହା କୁହାଯାଇଛି ।

ଏହା କିନ୍ତୁ ବେଶୀ ଭୟଙ୍କର ନୁହେଁ । ଏହା ମଣିଷ ଠାରୁ ମଣିଷକୁ ବ୍ୟାପିବା ନେଇ ଏତେ ସଂକ୍ରାମକ ନୁହେଁ ବୋଲି ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି । ଏହାଦ୍ବାରା ଡରିବାର ବି କିଛି ଆବଶ୍ୟକତା ନାହିଁ ।

ଚୀନରେ ଜଣେ ୧୪ ବର୍ଷିୟ ବାଳକ ଏହି ଭୂତାଣୁର ଶିକାର ହୋଇଛି । NHC ଅନୁଯାୟୀ, ଜ୍ୱର ସମେତ ଅନେକ ଲକ୍ଷଣ ଦେଖାଯିବା ପରେ ଶିଶୁଟି H3N8 ଜୀବାଣୁ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ତାଙ୍କ ସଂସ୍ପର୍ଶରେ ଆସିଥିବା କୌଣସି ବ୍ୟକ୍ତି ଏହି ଜୀବାଣୁ କବଳରେ ଆସିନାହାନ୍ତି NHC ଅନୁଯାୟୀ, ପିଲାଟି ତାଙ୍କ ଘରେ ପାଳିତ କୁକୁଡ଼ା ଏବଂ କାଉଙ୍କ ସଂସ୍ପର୍ଶରେ ଆସିଥିଲା। ଯାହା ପରେ ତା’ ଶରୀରରେ ଜ୍ୱର ସମେତ ଅନେକ ଲକ୍ଷଣ ଦେଖାଗଲା ଏବଂ ପରେ ପରୀକ୍ଷା କରିବାରୁ ବାର୍ଡ ଫ୍ଲୁ ହୋଇଥିବା ଜଣାପଡ଼ିଥିଲା ।

ସ୍ବାସ୍ଥ୍ୟ ଆୟୋଗ କହିଛନ୍ତି ଯେ, H3N8 ସଂସ୍କରଣ ପ୍ରଥମେ ଘୋଡା, କୁକୁର ଏବଂ ପକ୍ଷୀମାନଙ୍କଠାରେ ଦେଖିବାକୁ ମିଳିଛି। ତଥାପି, H3N8 କୌଣସି ମାନବିକ ମାମଲା ରିପୋର୍ଟ ହୋଇନାହିଁ | ଚାଇନାରେ ଏହା ହେଉଛି ଦ୍ବିତୀୟ ମାମଲା | ପୂର୍ବରୁ ବି ଥରେ ମଣିଷଙ୍କ ଦେହରେ ଏହି ଭୂତାଣୁ ଦେଖାଦେଇଥିଲା ।