କରୋନାରେ ପ୍ରଥମ ନାବାଳକର ମୃତ୍ୟୁ, ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ପାଇଁ କରୋନାରେ ଜଣେ ନାବାଳକର ମୃତ୍ୟୁ ହୋଇଥିବା ସୂଚନା । ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ନାବାଳକର ମୃତ୍ୟୁ ହୋଇଛି । ନାବାଳକଟି ରକ୍ତଜନିତ ରୋଗରେ ଗୁରୁତର ଥିଲେ । ନାବାଳକର ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ମୃତ ନାବାଳକର ବୟସ ୧୦ ବର୍ଷ । ଗତ ଶନିବାର ନାବାଳକଟି ମେଡିକାଲରେ ଭର୍ତ୍ତି ହୋଇଥିଲା ।

ଅନ୍ୟପଟେ ରାଜ୍ୟରେ ୧୦ ହଜାର ତଳକୁ ଖସୁନି ସଂକ୍ରମଣ । ୧୭ ମୃତ୍ୟୁ ସହ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୧୦ ହଜାର ୩୧ ସଂକ୍ରମିତ । କ୍ୱାରେଣ୍ଟାଇନରୁ ୬ ହଜାର ୬୨୩ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୩ ହଜାର ୪୦୮ । ଆଜି ବି ଆକ୍ରାନ୍ତ ସଂଖ୍ୟାରେ ଆଗରେ ରହିଛି ଖୋର୍ଦ୍ଧା । ଖୋର୍ଦ୍ଧାରୁ ସର୍ବାଧିକ ୧୩୨୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ସୁନ୍ଦରଗଡ଼ରୁ ୮୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, କଟକରୁ ୭୨୦, ଅନୁଗୁଳର ୪୫୬, ବରଗଡ଼ରୁ ୪୫୦, କଳାହାଣ୍ଡିରୁ ୪୩୩, ଝାରସୁଗୁଡ଼ାରୁ ୪୧୮, ନୂଆପଡ଼ାରୁ ୩୧୧, ନବରଙ୍ଗପୁରରୁ ୩୦୬, ସମ୍ବଲପୁରରୁ ୩୦୨, ବାଲେଶ୍ୱରରୁ ୨୩୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave a Reply