ପ୍ରଥମ ଦିନିକିଆ ମ୍ୟାଚ: ବୁମରାହଙ୍କ ଦମଦାର ବୋଲିଂ, ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ, ୭ ରନ୍/୩ୱିକେଟ

1 min read

ଲଣ୍ଡନ: ଭାରତୀୟ କ୍ରିକେଟ ଦଳ ଏବେ ଇଂଲଣ୍ଡ ଗସ୍ତରେ ଅଛି  । ପୂର୍ବରୁ ଏକ ଟେଷ୍ଟ ମ୍ୟାଚ ଓ ତିନୋଟି ଟି-୨୦ ମ୍ୟାଚ୍ ସରିବା ପରେ ଏବେ ଦିନିକିଆ ମ୍ୟାଚ ଆଜିଠୁ ଆରମ୍ଭ ହୋଇଛି । ତିନି ମ୍ୟାଚ ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚରେ ଭାରତ ଟସ୍ ଜିତି ବୋଲିଂ କରିଛି । ଘରୋଇ ଇଂଲଣ୍ଡକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ ଦେଇଛି । ଇଂଲଣ୍ଡ ଦଳ ପ୍ରଥମରୁ ବିପର୍ଯ୍ୟର ସାମ୍ନା କରିଛି । ୩ ଓଭର ଚାଲିଥିବା ବେଳେ ଦଳ ୩ଟି ୱିକେଟ ହରାଇ ମାତ୍ର ୭ ରନ୍ ସଂଗ୍ରହ କରିଛି  । ପ୍ରାରମମ୍ଭିକ ବ୍ୟାଟ୍ସମ୍ୟାନ ଜେସନ ରୟଙ୍କୁ ବୁମରାହ ଆଉଟ୍ କରିଛନ୍ତି । ଫାଷ୍ଟ ଡାଉନରେ ଆସିଥିବା ଜୋ ରୁଟଙ୍କୁ ମଧ୍ୟ ବୁମରାହ ଆଉଟ୍ କରି ପାଭେଲିଅନ ପଠାଇଛନ୍ତି । ସେହିପରି ବେନ ଷ୍ଟୋକ୍ସଙ୍କୁ ମଧ୍ୟ ନିଜ ୩ୟ ଓଭରରେ ମହମ୍ମଦ ସାମି ଆଉଟ୍ ପାଭେଲିଅନ ପଠାଇ ଦେଇଛନ୍ତି । କ୍ରୀଜରେ ବର୍ତ୍ତମାନ ଇଂଲଣ୍ଡର ଦୁଇ ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋ ଓ ଜୋସ ବଟଲର ଦଣ୍ଡାୟମାନ ଅଛନ୍ତି ।

ଭାରତୀୟ ଦଳ ନେତୃତ୍ୱ ରୋହିତ ଶର୍ମା ନେଉଛନ୍ତି ସେହିପରି ଘରୋଇ ଇଂଲଣ୍ଡ ଦଳର ନେତୃତ୍ୱ ଜୋସ୍ ବଟଲର ନେଉଛନ୍ତି  । ଖରାପ ଫର୍ମ ଏବଂ ମାସଂପେଶୀରେ ଆଘାତ କାରଣରୁ କୋହଲିଙ୍କୁ ବିଶ୍ରମା ଦିଆଯାଇଛି  । ଶ୍ରେୟସ ଆୟର ତାଙ୍କ ସ୍ଥାନରେ ଖେଳୁଛନ୍ତି । ଅନ୍ୟପକ୍ଷରେ ଜୋ ରୁଟ, ବେନ ଷ୍ଟୋକ୍ସ ଏବଂ ଜନି ବେୟାରଷ୍ଟୋ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି  । ଏହା ପୂର୍ବରୁ ଭାରତକୁ ପଞ୍ଚମ ଟେଷ୍ଟରେ ପରାଜୟର ସାମ୍ନା କରିବାକୁ ପଡିଥିଲା ଏବଂ ଟି-୨୦ ସିରିଜରେ ୨-୧ରେ ଜିତିଥିଲା  ।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶିଖର ଧୱନ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ମହମ୍ମଦ ଶାମି, ଜଶପ୍ରୀତ ବୁମରାହ, ଯୁଜବେନ୍ଦ୍ର ଚହଲ, ପ୍ରସିଦ୍ଧ କ୍ରୀଷ୍ଣା  ।

ଇଂଲଣ୍ଡ ଦଳ: ଜେସନ ରୟ, ଜନି ବେୟାର ଷ୍ଟୋ, ଜୋ ରୁଟ୍, ବେନ ଷ୍ଟୋକ୍ସ, ଜୋସ ବଟଲର (ୱିକେଟକିପର/ଅଧିନାୟକ), ଲିୟାମ ଲିଭିଙ୍ଗଷ୍ଟୋନ, ମୋଇନ ଅଲୀ, କ୍ରେଗ ଓଭରଟନ, ଡେଭିଡ ୱିଲି, ବ୍ରାୟଡନ ଏବଂ ରିସ ଟାପଲି  ।