କୋଟିଏ ଟଙ୍କାରେ ବିକ୍ରି ହେଲା ୩୦ଟି ମାଛ: ଜାଣନ୍ତୁ କାହିଁକି

1 min read

କୋଲକାତା: ମାଛର ଦାମ ୧ କୋଟି ଟଙ୍କା । ଗୋଟିଏ କିଲୋ ମାଛ ପାଇଁ ଦେବାକୁ ପଡିବ ୧୨ ହଜାର ୬୦୦ ଟଙ୍କା । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ପଶ୍ଚିମବଙ୍ଗର ଦୀଘାରେ ୧ କୋଟି ଟଙ୍କାରେ ବିକ୍ରି ହୋଇଛି ୩୦ଟି ତୋଲିଆ ଭୋଲା ମାଛ । ଦୀଘା ମୋହନା ବଜାରରେ ଆଜି ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ମାଆ ବାସନ୍ତୀ ନାମକ ଏକ ମାଛ ଟ୍ରଲର ୩୦ଟି ତେଲିଆ ଭୋଲା ମାଛ ଧରିଥିଲା ।

ମୋହନା ବଜାର ମାଛ ମାର୍କେଟ ସଂଘର ସଭାପତି ଶ୍ୟାମ ସୁନ୍ଦର୍ ଦାସଙ୍କୁ ଏହି ମାଛ ୧ କୋଟି ଟଙ୍କାରେ ବିକ୍ରି କରାଯାଇଥିଲା । ଶ୍ୟାମ ସୁନ୍ଦର୍ ଦାସ ଏହି ମାଛକୁ କୋଲକାତାର ଏକ କମ୍ପାନୀକୁ ବିକ୍ରି କରିଛନ୍ତି । ଏହି କମ୍ପାନୀ ମାଛକୁ ବିଦେଶରେ କୌଣସି ଔଷଧ କମ୍ପାନୀକୁ ବିକ୍ରି କରିବ । ମାଛରୁ କ୍ୟାପସୂଲ୍ ପ୍ରସ୍ତୁତ ହେବ । ଅପରେସନ୍ ବେଳେ ଯେଉଁ ସୂତା ବ୍ୟବହାର ହୁଏ ସେହି ସୂତା ମଧ୍ୟ ଏହି ମାଛରୁ ତିଆରି ହେବ । ଏଥି ପାଇଁ ଏହି ମାଛ ଦାମ୍ ଅନ୍ୟ ମାଛ ଠାରୁ ଢେର ଅଧିକ ଅଟେ ।

ଏଥିିସହିତ ପଢ଼ନ୍ତୁ: ଆମେରିକା ଉପରେ ଆକ୍ରମଣର ଯୋଜନା କରୁଛି ଆଇଏସ୍ଆଇଏସ୍-କେ

Leave a Reply