କାରୋଲିନାରୁ ମିଳିଲା ମଣିଷ ଭଳି ଦାନ୍ତ ଥିବା ବିରଳ ମାଛ

Fish With Human Like Teeth Caught Off In North Carolina

ଭୁବନେଶ୍ୱର: ମାଛ… ମାଛକୁ ନେଇ ଅନେକଙ୍କ ମନରେ ଥାଏ ଉତ୍କଣ୍ଠା । କିଏ ମାଛ ଖାଇବାକୁ ଭଲ ପାଏ ତ ଆଉ କିଏ ଆକ୍ୱାରିୟମରେ ଭଳିକି ଭଳି ମାଛ ରଖିବାକୁ । ମାଛକୁ ନେଇ ସଭିଙ୍କ ରହିଛି ଭିନ୍ନ ଭିନ୍ନ ସଉକ । ଖାଇବା ଭଳି ମାଛକୁ ଆକ୍ୱାରିୟମରେ ରଖିବାରେ ଲୋକଙ୍କ ଭିନ୍ନ ପସନ୍ଦ ରହିଛି । ଦୁନିଆର ଲବଣ ଓ ମିଠା ଜଳରେ ପ୍ରାୟ ୩୪ ହଜାର ପ୍ରଜାତିର ମାଛ ରହିଛନ୍ତି । ଆମେ ଆଜି ଆପଣଙ୍କୁ ଏଭଳି ଏକ ମାଛ ବିଷୟରେ ଜଣାଇବୁ ଯାହାକୁ ଆପଣ କେବେ ଦେଖିନଥିବେ ।

Fish With Human Like Teeth Caught Off In North Carolina

ଭଲକରି ଦେଖନ୍ତୁ ଏହି ମାଛକୁ । ଆଉ ଗଣି ନିଅନ୍ତୁ ମାଛ ପାଟି ଭିତରେ ଏକାଧିକ ଦାନ୍ତକୁ । ଆଉ ଟିକେ ଭଲକରି ଦେଖନ୍ତୁ ମାଛ ପାଟିରେ ଥିବା ଦାନ୍ତକୁ । ଅବିକଳ ମଣିଷର ଦାନ୍ତ ଭଳି ଏହି ମାଛ ପାଟି ଭିତରେ ରହିଛି ଦାନ୍ତ । ଏହି ମାଛ ଦେଖିବାକୁ ବିରଳ । ଆମେରିକାର ଉତ୍ତର କାରୋଲିନାରେ ମିଳିଛି ଏହି ବିରଳ ପ୍ରଜାତିର ମାଛ ।

Fish With Human Like Teeth Caught Off In North Carolina

ଏହି ମାଛକୁ ସିପସେଡ୍ ଫିସ୍ କୁହାଯାଏ । ଶିକାର ପାଇଁ ମାଛର ପାଟିରେ ପରସ୍ତ ପରସ୍ତ ହୋଇ ଦାଢ଼ ରହିଛି । ମାଛର ମୁହଁ ମେଣ୍ଢା ମୁହଁ ଭଳି ଦେଖାଯାଉଥିବାରୁ ଏହାର ନାମକରଣ ଏପରି ହୋଇଛି । ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ଏହି ମଣିଷ ଭଳି ଦାନ୍ତ ଥିବା ମାଛ । ବହୁ ସଂଘର୍ଷ ପରେ ସିପସେଡ୍ ଫିସକୁ  ଧରିଥିବା କହିଛନ୍ତି ମତ୍ସ୍ୟଜୀବୀ ନାଥନ ମାର୍ଟିନ୍ ।

Leave a Reply