ଓଭାଲରେ ଭାରତର ବିଜୟ ପଛର ୫ଟି ବଡ଼ କାରଣ: କିପରି ଐତିହାସିକ ବିଜୟ ହାସଲ କଲା ଟିମ୍ ଇଣ୍ଡିଆ ?

1 min read

ଓଭାଲ ଟେଷ୍ଟରେ ଭାରତ ୬ ରନର ଐତିହାସିକ ବିଜୟ ହାସଲ କରିଛି । ତେବେ ଏହି ସଂଘର୍ଷପୂର୍ଣ୍ଣ ବିଜୟ ପଛରେ ୫ଟି ବଡ଼ କାରଣ ରହିଛି । ଟେଷ୍ଟ କ୍ରିକେଟ ଇତିହାସରେ ଏହା ହେଉଛି ଭାରତର ସବୁଠାରୁ କମ୍ ରନର ବିଜୟ । ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ୨-୨ରେ ସମାପ୍ତ ହୋଇଛି । ପ୍ରଥମ ପାଳିରେ ଭାରତ ୨୨୪ ରନରେ ସୀମିତ ରହିଥିବା ବେଳେ ୬ ରନରେ ଜିତିବା ପର୍ଯ୍ୟନ୍ତ ଅନେକ କିଛି ଘଟିଯାଇଛି । ଏହି ବିଜୟ ପଛରେ କିଛି କାରଣ ରହିଛି ।

ମହମ୍ମଦ ସିରାଜଙ୍କ ବଳିଷ୍ଠ ନେତୃତ୍ବ?

କେବଳ ପଞ୍ଚମ ଟେଷ୍ଟରେ ନୁହେଁ, ମହମ୍ମଦ ସିରାଜ ଭାରତର ଜଣେ ଅଭିଜ୍ଞ ପେସର । ସେ ଭାରତର ପେସ ଆଟାକର ନେତୃତ୍ବ ନେଇ ଅନ୍ତିମ ଟେଷ୍ଟରେ ମୋଟ ୯ଟି ଓ୍ବିକେଟ ଅକ୍ତିଆର କରିଥିଲେ । ସିରାଜ ମାନସିକ ଭାବେ ଦୃଢ଼ ଥିବା ଜଣାପଡ଼ୁଥିଲେ । ତାଙ୍କର ପ୍ରତ୍ୟେକ ବଲ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ପ୍ରଶ୍ନ ପଚାରୁଥିଲା । ତାଙ୍କର ଏହି ଶାରୀରିକ ଭାଷାନୁ ଅନୁସରଣ କରି ପ୍ରସିଦ୍ଧ କ୍ରିଷ୍ଣା ଓ ଆକାଶଦୀପ ମଧ୍ୟ ବୋଲିଂର ଲାଇନ୍ ପାଇ ପାରିଥିଲେ ।

ସଫଳ ବ୍ୟାଟିଂ ରଣନୀତି

ପୂରା ସିରିଜରେ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ବ୍ୟାଟିଂ ରଣନୀତି ଆପଣାଇଥିଲା । ପ୍ରଥମ ପାଳିରେ ଭାରତର ୧୫୩ ରନରେ ୬ଟି ଓ୍ବିକେଟ ପଡ଼ିଥିଲା । ମାତ୍ର ଅନ୍ତିମ ୪ଟି ଓ୍ବିକେଟରେ ଭାରତ ୭୧ ରନ୍ ସଂଗ୍ରହ କରିପାରିଥିଲା । ଦ୍ବିତୀୟ ପାଳିରେ ଓ୍ବାଶିଂଟନ ସୁନ୍ଦର ୫୩ ରନର ଇନିଂସ ଖେଳିଥିଲେ । ଫଳରେ ଭାରତର ପାଖାପାଖି ୪୦୦ ସ୍କୋର କରିପାରିଥିଲା । ସୁନ୍ଦର ଏହି ପାଳି ଖେଳିନଥିଲେ ବୋଧହୁଏ ଇଂଲଣ୍ଡକୁ କମ୍ ଟାର୍ଗେଟ୍ ମିଳିଥାନ୍ତା ।

ବୋଲିଂରୁ ମିଳିଲା ସହାୟତା

ସାଧାରଣ ଭାବେ ଭାରତର ଲିଡ୍ ବୋଲର ଭଲ ପ୍ରଦର୍ଶନ କରୁଥିବା ବେଳେ ତାଙ୍କୁ ସହଯୋଗ ମିଳିନଥାଏ । ମାତ୍ର ଓଭାଲରେ ଗୋଟିଏ ପଟେ ସିରାଜ ୯ଟି ଓ୍ବିକେଟ ନେଇଥିବା ବେଳେ ପ୍ରସିଦ୍ଧ ମଧ୍ୟ ୮ଟି ଓ୍ବିକେଟ ନେଇଥିଲେ ।

ପଞ୍ଚମ ଦିନରେ ନୂଆ ବଲ ନେଇନଥିଲେ

ପଞ୍ଚମ ଦିନରେ ଇଂଲଣ୍ଡ ପାଖରେ ୪ଟି ଓ୍ବିକେଟ ଥାଇ ଜିତିବା ପାଇଁ ୩୫ ରନ ଆବଶ୍ୟକ ଥିଲା । ୮୦ ଓଭର ବୋଲିଂ ପରେ ଭାରତ ପାଇଁ ନୂଆ ବଲ୍ ଉପଲବ୍ଧ ଥିଲା । ଭାରତର ନୂଆ ବଲ ନେଇଥିଲେ ପୁରୁଣା ବଲ ଅପେକ୍ଷା ଅଧିକ ବାଉନ୍ସ ହୋଇଥାନ୍ତା । ଏପରି ସ୍ଥିତିରେ ବ୍ୟାଟ୍ସମ୍ୟାନଙ୍କ ପାଇଁ ବ୍ୟାଟ ଓ ବଲର କନେକ୍ସନ କରିବା ସାମାନ୍ୟ ସହଜ ହୋଇଥାନ୍ତା ।

ଠିକଣା ସମୟରେ ଜୟଓ୍ବାଲଙ୍କ ଶତକ

ଯଶସ୍ବୀ ଜୟସ୍ବାଲ ଓଭାଲ ଟେଷ୍ଟ ପୂର୍ବରୁ ୮ଟି ପାଳିରେ ୩୨୩ ରନ୍ ସଂଗ୍ରହ କରିଥିଲେ । ସେ କ୍ରମାଗତ ଭାବେ ଫ୍ଲପ୍ ହୋଇଆସୁଥିଲେ ହେଁ ଓଭାଲରେ ଶତକ ହାସଲ କରିଥିଲେ । ପ୍ରଥମ ପାଳିରେ ଇଂଲଣ୍ଡ ୨୩ ରନରେ ଅଗ୍ରଣୀ ରହିଥିବା ବେଳେ ଯଶସ୍ବୀ ଶତକ ମାରିବା ଟିମ୍ ଇଣ୍ଡିଆକୁ ବଡ଼ ସହଯୋଗ ମିଳିଥିଲା । ଫଳରେ ଭାରତ ଦ୍ବିତୀୟ ଇନିଂସରେ ୩୯୬ ରନ୍ ସଂଗ୍ରହ କରିପାରିଥିଲା ।