ଅକ୍ଟୋବର ୭ରୁ ଫ୍ଲିପକାର୍ଟର ବିଗ୍ ବିଲିଅନ୍ ଡେଜ୍ ସେଲ୍

1 min read
Flipkart to kick off Big Billion Days sale from October 7

ନୂଆଦିଲ୍ଲୀ: ଆରମ୍ଭ ହେବ ଅନଲାଇନ୍ ଅଫରର ମେଳା । ମିଳିବ ବିଗ୍ ଡିସକାଉଣ୍ଟ । ଅକ୍ଟୋବର ୭ରୁ ଫ୍ଲିପକାର୍ଟର ବିଗ୍ ବିଲିଅନ୍ ଡେଜ୍ ସେଲ୍ ଆରମ୍ଭ ହେବ । ଏହି ସେଲରେ ପ୍ରତିଟି ସାମଗ୍ରୀ ଉପରେ ଆକର୍ଷଣୀୟ ଡିସକାଉଣ୍ଟ ଦେବ ଫ୍ଲିପକାର୍ଟ । ୬ ଦିନ ଧରି ବିଗ୍ ବିଲିଅନ୍ ଡେଜ୍ ସେଲ୍ ଚାଲି ୧୨ ତାରିଖରେ ବନ୍ଦ ହେବ ।

ଫ୍ଲିପକାର୍ଟର ପ୍ଲସ ମେମ୍ବରଧାରୀ ଏହି ଅଫରର ଲାଭ ସେଲ୍ ଆରମ୍ଭର ୨୪ ଘଣ୍ଟା ପୂର୍ବରୁ ଉଠାଇ ପାରିବେ । ପ୍ଲସ୍ ମେମ୍ବର ନଥିବା ୟୁଜର ୫୦ଟି ସୁପର କଏନ୍ ଖର୍ଚ୍ଚ କରି ପ୍ଲସ୍ ମେମ୍ବରଙ୍କ ଭଳି ଆଗୁଆ ଅଫରର ଲାଭ ନେଇ ପାରିବେ । ୬ ଦିନିଆ ସେଲରେ ଫ୍ଲପକାର୍ଟରେ ଏକାଧିକ ସାମଗ୍ରୀ ଲଞ୍ଚ ହେବ ।

ବିଗ୍ ବିଲିଅନ୍ ଡେଜ୍ ସେଲର ଘୋଷଣା କରି କମ୍ପାନୀର ମୁଖ୍ୟ ଅଧିକାରୀ କହିଛନ୍ତି, ଫ୍ଲିପକାର୍ଟ ସବୁବେଳେ ଗ୍ରାହକଙ୍କୁ ପ୍ରାଥମିକତା ସହ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀଙ୍କୁ ସୁଯୋଗ ଦେଉଛି । ଇ-କମର୍ସ ମାଧ୍ୟମରେ ରୋଜଗାର ସୃଷ୍ଟି ହୋଇଛି । ୨୦୨୧ ଡିସେମ୍ବର ସୁଦ୍ଧା ୪.୨ ଲକ୍ଷ ସେଲର୍ସଙ୍କୁ ଯୋଡ଼ିବାକୁ ଲକ୍ଷ୍ୟ ରଖିଛି ଫ୍ଲିପକାର୍ଟ । ଏବେ କମ୍ପାନୀ ପାଖରେ ୩.୭୫ ଲକ୍ଷ ସେଲର୍ସ ରହିଛନ୍ତି ।

Leave a Reply