spot_img

Latest Posts

ବାଡ଼ ଖାଉଛି କ୍ଷେତ ; କେନ୍ଦୁପତ୍ର ତୋଳାଳିଙ୍କ ଟଙ୍କା ଲୁଟୁଛନ୍ତି ବନ ଅଧିକାରୀ

ନନ୍ଦିଘୋଷ ବ୍ୟୁରୋ : ରକ୍ଷକ ସାଜୁଛି ଭକ୍ଷକ । ତୁଷୁରା ରେଞ୍ଜରଙ୍କ ନାଁରେ ଆସିଛି ଅଭିଯୋଗର ଲମ୍ବା ଫର୍ଦ୍ଦ । ବାବୁ ଜଣଙ୍କ କେନ୍ଦୁପତ୍ର କର୍ମଚାରୀ ଓ ତୋଳାଳିଙ୍କ ଟଙ୍କା ହଡ଼ପ କରୁଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ ସରକାରୀ ଯୋଜନାକୁ ବାଟମାରଣା ବି କରୁଛନ୍ତି । ବିରୋଧ କଲେ ରେଞ୍ଜର ନାଲି ଆଖି ଦେଖାଉଥିବା ଅଭିଯୋଗ ହୋଇଛି । ଘଟଣାର ତଦନ୍ତ କରିବା ସହ ସଂପୃକ୍ତ ରେଞ୍ଜରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ପଶ୍ଚିମ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ଓ ତୋଳାଳି ସଂଘ ।

ବାଡ଼ ଖାଉଛି କ୍ଷେତ । କେନ୍ଦୁ ପତ୍ର ତୋଳାଳିଙ୍କ ଟଙ୍କା ଲୁଟୁଛନ୍ତି ବନ ଅଧିକାରୀ । ଖୋଦ ତୁଷୁରା ରେଞ୍ଜର କେନ୍ଦୁପତ୍ର କର୍ମଚାରୀଙ୍କ କରୁଛନ୍ତି ଟଙ୍କା ହଡ଼ପ । ସରକାରୀ ଯୋଜନାକୁ କରୁଛନ୍ତି ବାଟବଣା । ବିରୋଧ କଲେ ବାବୁ ଜଣଙ୍କ ନାଲିଆଖି ଦେଖାଇବା ସହ ଗାଳିଗୁଲଜ କରୁଥିବା ଅଭିଯୋଗ । ଏପରି କିଛି ସଙ୍ଗୀନ ଅଭିଯୋଗ ଆଣିଛି ପଶ୍ଚିମ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ଓ ତୋଳାଳି ସଂଘ । ଟିଟିଲାଗଡ କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ତୁଷୁରା କେନ୍ଦୁପତ୍ର ବିଭାଗରେ ପାଖାପାଖି ୩ ବର୍ଷ ହେବ ଭାରପ୍ରାପ୍ତ ରେଞ୍ଜର ଭାବେ କାର୍ଯ୍ୟ କରୁଛନ୍ତି ମାନସ ରଞ୍ଜନ ବାରିକ I ବାବୁ ଜଣଙ୍କ ଦୀର୍ଘ ସମୟ ଧରି ରେଞ୍ଜର ଦାୟିତ୍ଵରେ ଥିବାରୁ ମନମାନି ଦେଖାଉଛନ୍ତି । କିଛି ଦିନ ତଳେ ଶହ ଶହ କେନ୍ଦୁପତ୍ର କର୍ମଚାରୀ ରେଞ୍ଜରଙ୍କ ବଦଳି ସହ ଦୁର୍ନୀତିର ତଦନ୍ତ କରିବାକୁ ରେଞ୍ଜରଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ।

ନୂଆ ସରକାର ଆସିବା ପରେ ବଲାଙ୍ଗୀର ଜିଲ୍ଲାର କେନ୍ଦୁପତ୍ର କର୍ମଚାରୀ ଓ ତୋଳାଳିଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡିଥିବା ସଂଘ ଅଭିଯୋଗ କରିଛି । କେନ୍ଦୁପତ୍ର କର୍ମଚାରୀ ଓ ତୋଳାଳି ମାନେ କିଛି ମାସ କାମ ପାଉଥିବା ବେଳେ ଅନ୍ୟ ଦିନ ମାନଙ୍କରେ ଘରେ ହାତବାନ୍ଧି ବସିରହୁଛନ୍ତି । ତେଣୁ ସରକାର ନିର୍ବାଚନ ପ୍ରତିଶ୍ରୁତି ପାଳନ କରିବା ସହ ୧୨ ମାସ କାମ ଯୋଗାଇ ଦେବାକୁ ସଂଘ ଦାବି କରିଛି I ଏନେଇ ପୂର୍ବରୁ ସଂଘ ପକ୍ଷରୁ ଜିଲ୍ଲାପାଳ ଓ କେନ୍ଦୁପତ୍ର ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଥିଲା I ହେଲେ ଏଯାଏଁ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି ।

Latest Posts

Don't Miss