ବାଦଲ ଫଟା ବର୍ଷାରୁ ଉତ୍ତର କାଶ୍ମୀରରେ ବନ୍ୟା ସ୍ଥିତି

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ବର୍ଷାରୁ ବନ୍ୟା ସ୍ଥିତି। କୁପୱାଡା ଅଂଚଳରେ ପ୍ରବଳ ବର୍ଷାରୁ ବନ୍ୟାସ୍ଥିତି ସୃଷ୍ଟି ହୋଇଛି। ବାଦଲ ଫଟା ବର୍ଷାରୁ ଉତ୍ତର କାଶ୍ମୀର ଅଂଚଳରେ ଅଚାନକ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା। ବନ୍ୟାପାଣିରେ ୧୦ରୁ ଅଧିକ ଘର ଭାଂଗିଯାଇଛି। ଅନେକ ସ୍ଥାନରେ ରାସ୍ତା କ୍ଷତିଗ୍ରସ୍ତ ହୋଇଛି।

ବନ୍ୟା ସ୍ଥିତି ଦେଖା ଦେଇଥିବାରୁ ଜିଲ୍ଲା ପ୍ରଶାସନ ଆଲର୍ଟରେ ରହିଛି। ସ୍କୁଲ ଓ କଲେଜ ସବୁ ବନ୍ଦ କରି ଦିଆଯାଇଛି। ବନ୍ୟା ଅଂଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ସେପଟେ ଜମୁ କାଶ୍ମୀର ଶ୍ରୀନଗର ଜାତୀୟ ରାଜପଥରେ ଭୂସ୍ଖଳନ ଦେଖିବାକୁ ମିଳିଥିଲା। କିଛି ସ୍ଥାନରେ ଜାତୀୟ ରାଜପଥ ବନ୍ଦ କରାଯାଇଥିଲା।

ମେହେର, ଗଙ୍ଗରୁ, ମମପାସି, କିସ୍ତୱାଡ ଅଞ୍ଚଳରେ ଯାତାୟତ ପ୍ରଭାବିତ ହୋଇଥିଲା। ସରବାଲ ଓ ସୋନମର୍ଗ ଅଂଚଳରେ ଭୂସ୍ଖଳନ ଘଟି ବ୍ଯାପକ କ୍ଷୟକ୍ଷତି ଘଟିଛି। ଗନ୍ଦେରବଲ ଜିଲ୍ଲାରେ ବରଫ ଝଡ଼ ଦେଖାଦେଇଛି। ବରଫଝଡ଼ ଯୋଗୁଁ ରାସ୍ତାଘାଟ ଅବରୋଧ ହୋଇଥିବା ସୂଚନା ରହିଛି।