ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା

ନନ୍ଦିଘୋଷ ବ୍ୟୁରୋ: ଫୁଲୁଛି ମହାନଦୀ। ମୁଣ୍ଡଳୀରେ ୬ ଲକ୍ଷ କ୍ୟୁସେକ ଟପିଲା ବନ୍ୟା ଜଳ ପ୍ରବାହର ମାତ୍ରା। ପାଣି ବଢୁଥିବାରୁ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି। ମୁଣ୍ଡଳୀ ବ୍ରିଜର ଉପର ଭାଗରେ ଜଳସ୍ତର ୮୯.୨୦ ଫୁଟ ଥିବା ବେଳେ, ତଳ ଭାଗରେ ୮୭.୨୦ ଫୁଟ ଜଳସ୍ତର ରହିଛି । ମହାନଦୀରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ବାଙ୍କୀର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା କରାଯାଉଛି । ମହାନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ମୁଣ୍ଡଳୀରେ ପହଞ୍ଚି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ।