ଆଫଗାନିସ୍ତାନରେ ଖାଦ୍ୟ ସଂକଟ, ଖାଦ୍ୟ ପାଇଁ କିଡନୀ ଓ ଛୁଆକୁ ବିକ୍ରି

କାବୁଲ: ତାଲିବାନୀ ଶାସନକୁ ନେଇ ଚର୍ଚ୍ଚାରେ ଥିବା ଆଫଗାନିସ୍ତାନରେ ଏବେ ଖାଦ୍ୟ ସଂକଟ । ଅତ୍ୟଧିକ ଖାଦ୍ୟ ସଂକଟ ହେବାରୁ ଅଧାରୁ ଅଧିକ ଆଫଗାନବାସୀ ଏବେ ଭୋକରେ ଦିନ କାଟୁଛନ୍ତି । ସ୍ଥିତି ଏମିତି ଯେ ଖାଦ୍ୟ ପାଇଁ ଆଫଗାନୀବାସୀ ସେମାନଙ୍କ କିଡନୀ ଓ ଛୁଆକୁ ବିକ୍ରି କରୁଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ହେରାତ ସହରର ୨୦ କିଲୋମିଟର ଦୂରରେ ଥିବା ଏକ ଅଂଚଳରେ ଲୋକମାନେ ଅତି କଷ୍ଟରେ ଜୀବନ ବିତାଉଛନ୍ତି । ଘରେ ବିଜୁଳି ଓ ପାଣି ନଥିବାବେଳେ ଅସହ୍ୟ ଶୀତରେ ଲୋକମାନେ ସମୟ କାଟୁଛନ୍ତି ।  ଅନେକ ଲୋକଙ୍କ ଜୀବନ ଏବେ ଆଫଗାନିସ୍ତାନରେ ଦୁର୍ବିସହ ହୋଇପଡିଛି । ଅଗଷ୍ଟ ୧୫ ତାରିଖରେ ତାଲିବାନୀମାନେ ନିଜ କବଜାକୁ ନେବା ପରେ ଅନ୍ତର୍ଜାତୀୟ ସ୍ତରରୁ ଆଫଗାନିସ୍ତାନକୁ ମିଳୁଥିବା ଅନେକ ସାହାଯ୍ୟ ବନ୍ଦ ହୋଇଯାଇଥିଲା । ଯାହା ଫଳରେ ଏବେ ସେଠାକାର ଅଧିବାସୀଙ୍କ ଜୀବନ ଦୁର୍ବିସହ ହୋଇପଡିଛି ।

Leave a Reply