ଦେଶରେ ଲଗାତାର ଚତୁର୍ଥ ଦିନରେ ତିନି ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ

1 min read
For Consecutive Fourth Day India Reports Above 3 Lakh Covid Positive Cases

ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ସହ ପ୍ରତିଦିନ କରୋନା ଜନିତ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ଏବେ ପ୍ରତିଦିନ ୩ ଲକ୍ଷରୁ ଅଧିକ ସଂକ୍ରମଣ ମାମଲା ଦେଶରେ ଚିହ୍ନଟ ହେଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଜା ତଥ୍ୟ ଅନୁସାରେ, ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୪୯ ହଜାର ୬୯୧ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ସେହିଭଳି ଗୋଟିଏ ଦିନରେ ୨ ହଜାର ୭୬୭ ଜଣଙ୍କ ମୃତ୍ୟୁ ହୋଇଛି । ୨ ଲକ୍ଷ ୧୭ ହଜାର ୧୧୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏହା ପୂର୍ବରୁ ଶୁକ୍ରବାର ଦେଶରେ ୩ ଲକ୍ଷ ୪୬ ହଜାର ୭୮୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ବିଗତ ୪ ଦିନରେ ଦେଶରେ ୧.୩ ମିଲିୟନରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୧ ଏପ୍ରିଲରୁ ନେଇ ୨୪ ଏପ୍ରିଲ୍ ଯାଏ ଯଥାକ୍ରମେ ୩.୧୪ ଲକ୍ଷ, ୩.୩୨ ଲକ୍ଷ, ୩.୪୬ ଲକ୍ଷ, ୩.୪୯ ଲକ୍ଷ ସଂକ୍ରମଣ ମାମଲା ଆସିଛି । ଏହି ସଂକ୍ରମଣ ସଂଖ୍ୟା ଦୁନିଆର ଅନ୍ୟ କୌଣସି ଦେଶ ତୁଳନାରେ ସବୁଠୁ ଅଧିକ ବୋଲି ଜଣାପଡ଼ିଛି ।

ଦେଶରେ କରୋନାର ସ୍ଥିତି ?

ମୋଟ କରୋନା ସଂକ୍ରମଣ ମାମଲା- ୧ କୋଟି ୬୯ ଲକ୍ଷ ୬୦ ହଜାର ୧୭୨

ମୋଟ ସୁସ୍ଥ- ୧ କୋଟି ୪୦ ଲକ୍ଷ ୮୫ ହଜାର ୧୧୦

ମୋଟ ସକ୍ରିୟ ମାମଲା- ୨୬ ଲକ୍ଷ ୮୨ ହଜାର ୭୫୧

ମୋଟ ମୃତ୍ୟୁ- ୧ ଲକ୍ଷ ୯୨ ହଜାର ୩୧୧

ମୋଟ ଟିକାକରଣ- ୧୪ କୋଟି ୯ ଲକ୍ଷ ୧୬ ହଜାର ୪୧୭ ଡୋଜ୍

ଦିଲ୍ଲୀ ଓ ମହାରାଷ୍ଟ୍ରରେ ସଂକ୍ରମଣ ଭଳି ମୃତ୍ୟୁସଂଖ୍ୟା ଅଧିକ ରହିଛି । ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୩୫୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମହାରାଷ୍ଟ୍ରରେ ୬୭୬ ଜଣଙ୍କ ଜୀବନ ନେଇଛି ମହାମାରୀ ।

Leave a Reply