ଜିଲ୍ଲାପାଳ କ୍ଷମତାର ବ୍ୟବହାର କଲେ ମହିଳା ସରପଞ୍ଚ: ପଞ୍ଚାୟତକୁ ୭ ଦିନ ପାଇଁ କଲେ ସଟ୍‌ଡାଉନ୍‌

ଆସିକା: ସଟଡାଉନ୍‌ ଘୋଷଣା କଲେ ସରପଞ୍ଚ । ରାଜ୍ୟର ପ୍ରଥମ ସରପଞ୍ଚଭାବେ ନିଜ ଗ୍ରାମପଞ୍ଚାୟତକୁ ସଟ୍‌ଡାଉନ୍‌ ଘୋଷଣା କଲେ ମାଣିତରା ଗ୍ରାମପଞ୍ଚାୟତର ସରପଞ୍ଚ । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦତ୍ତ ଜିଲ୍ଲାପାଳ କ୍ଷମତାର ବ୍ୟବହାର କରି ନିଜ ଗ୍ରାମପଞ୍ଚାୟତକୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଶାନ୍ତି ଲତା ନାୟକ । ସମ୍ପ୍ରତି ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରେ ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ ନିଜ ଗ୍ରାମପଞ୍ଚାୟତକୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି । ଏହା ପରେ ସମ୍ପୃକ୍ତ ଅଞ୍ଚଳରେ ମେ’ ୧୫ ତାରିଖ ଯାଏଁ ସଟ୍‌ଡାଉନ୍ ବଳବତ୍ତର ରହିବ । କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଖରିଦ କରିବା ପାଇଁ ସକାଳ ୭ଟାରୁ ଦିନ ୧୧ଟା ଯାଏଁ ଯାଆ ଆସ କରିପାରିବେ । ତେବେ ସରପଞ୍ଚଙ୍କ ଏହି ସମର୍ଥନକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ଗ୍ରାମପଞ୍ଚାୟତ ବାସୀ ।

Leave a Reply