ୟୁରୋପୀୟ ସଂଘ ପ୍ରତିନିଧିଙ୍କ ଜମ୍ମୁ-କାଶ୍ମୀର ଗସ୍ତ, ବିକାଶର କରିବେ ସମୀକ୍ଷା

1 min read

ଜମ୍ମୁ-କଶ୍ମୀର: ୟୁରୋପ-ଆଫ୍ରିକାର ଏକ ରାଜନ୍ୟାୟିକ ପ୍ରତିନିଧି ଦଳ ଜାମ୍ମୁ-କଶ୍ମୀର ଗସ୍ତ କରିଛନ୍ତି। ୨୦୧୯ ଅଗଷ୍ଟରେ ୩୭୦ ଧାରା ଉଚ୍ଛେଦ ପରେ ଜମ୍ମୁ-କାଶ୍ମୀରରେ କ’ଣ ସବୁ ବିକାଶ ହୋଇଛି ଏହି ଟିମ୍ ତା’ର ସମୀକ୍ଷା କରିବେ। ଦୁଇ ଦିନିଆ ଗସ୍ତରେ ଆସିଥିବା ଏହି ଟିମ୍ ଜମ୍ମୁ-କାଶ୍ମୀର ବିକାଶ ନେଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ମଧ୍ୟ କରିବେ।

ଶ୍ରୀନଗରରେ  ଏହି ପ୍ରତିନିଧି ଦଳ ପହଞ୍ଚିବା ପରେ ସେମାନଙ୍କୁ ଜମ୍ମୁ-କଶ୍ମୀରର ପାରମ୍ପାରିକ ଢଙ୍ଗରେ ସ୍ୱାଗତ କରାଯାଇଥିଲା । ପରେ ବୁଦ୍ଧଗାମ ଜିଲ୍ଲାର ମାଗାମ ବ୍ଲକରେ ଫ୍ରାନ୍ସର ଦୂତ ଇମାନୁଏଲ୍ ଲେନେନ୍ ଏବଂ ଇଟାଲୀର ଦୂତ ଭିନ୍ସେଞ୍ଜୋ ଦେ ଲୁକା ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ଦୁଇ ଦିନରେ ଏହି ପ୍ରତିନିଧି ଦଳ ଜମ୍ମୁ-କଶ୍ମୀରରେ କ’ଣ ବିକାଶ ହୋଇଛି ସେ ନେଇ ସମୀକ୍ଷା କରିବେ।

ଏ ନେଇ ପ୍ରତିନିଧି ଦଳ ଡିଡିସିର ନବ ନିର୍ବାଚିତ ସଦସ୍ୟ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଟିମ୍‌ରେ ୨୪ ଟି ରାଷ୍ଟ୍ରର ପ୍ରତିନିଧି ସାମିଲ ଅଛନ୍ତି।  ଅନ୍ୟପଟେ ୟୁରୋପୀୟ ସଂଘ ସଦସ୍ୟଙ୍କ ଏହି ଗସ୍ତକୁ ନେଇ ରାଜେନୖତିକ ବୟାନବାଜୀ ବି ଆରମ୍ଭ ହୋଇଯାଇଛି। ସରକାର କାଶ୍ମୀର ପ୍ରସଙ୍ଗକୁ ଅନ୍ତରାଷ୍ଟ୍ରୀୟ କରିବାକୁ ଚେଷ୍ଟା କରୁଥିବା କହିଛନ୍ତି ବିରୋଧୀ ।

ଏହା ପୂର୍ବରୁ ୨୦୨୦ ଫେବୃଆରୀ ୯ରେ ୧୫ଜଣିଆ ପ୍ରତିନିଧୀ ଦଳ ଶ୍ରୀନଗରକୁ ଦୁଇ ଦିନିଆ ଗସ୍ତରେ ଆସି ସ୍ଥିତିର ସମୀକ୍ଷା କରିଥିଲେ। ଅକ୍ଟୋବର ୨୦୧୯ରେ, ମଧ୍ୟ ୨୩ ଜଣିଆ ୟୁରୋପୀୟ ସଂଘ ପ୍ରତିନିଧୀ ଦଳ ଦୁଇ ଦିନିଆ ଗସ୍ତରେ ଜାମ୍ମୁ-କାଶ୍ମୀର ଆସିଥିଲେ।

Leave a Reply