spot_img

Latest Posts

ଫରେଷ୍ଟ ଗାର୍ଡ ଚାକିରି କରାଇ ଦେବାକୁ କହି ୩ ଲକ୍ଷରୁ ଅଧିକ ଟଙ୍କା ଠକେଇ, ଯବାନଙ୍କ ନାଁରେ ଏତଲା

ଫରେଷ୍ଟ ଗାର୍ଡ ଚାକିରି କରାଇ ଦେବାକୁ କହି ୩ ଲକ୍ଷରୁ ଅଧିକ ଟଙ୍କା ଠକେଇ, ଯବାନଙ୍କ ନାଁରେ ଏତଲା

ନନ୍ଦିଘୋଷ ବ୍ୟୁରୋ: ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ । ଫରେଷ୍ଟ ଗାର୍ଡରେ ନିଯୁକ୍ତି କରାଇ ଦେବାକୁ କହି ୩ ଲକ୍ଷ ୨୦ ହଜାର ଟଙ୍କା ଠକେଇ ହୋଇଥିବା ଅଭିଯୋଗ । ପୋଲିସ ଏସଓଜିରେ କାର୍ଯ୍ୟ କରୁଥିବା ଜଣେ ଯବାନଙ୍କ ନାମରେ ଏଭଳି ଠକେଇ କରିଥିବା ଅଭିଯୋଗ ହୋଇଛି । ବାରମ୍ବାର ଦେଇଥିବା ଟଙ୍କା ଫେରସ୍ତ କରିବାକୁ ଗୁହାରି କରି ବିଫଳ ହେବା ପରେ ଭଦ୍ରକ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଭିଯୋଗକାରୀ ।

ଭଦ୍ରକ ଜିଲ୍ଲା ଧୂଷୁରି ଥାନା ଭଟ୍ଟସାହି ଅଞ୍ଚଳର ସତ୍ୟଜିତ ମିଶ୍ରଙ୍କୁ ଓଡ଼ିଶା ଫରେଷ୍ଟ ଗାର୍ଡ ପଦବୀରେ ନିଯୁକ୍ତି କରାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ନିକଟସ୍ଥ ନଦୀଗାଁ ଅଞ୍ଚଳର ମୁନନ୍ ଦାସ । ଓଡ଼ିଶା ପୋଲିସର ଏସଓଜିରେ ସିପାହୀ ଭାବେ କାର୍ଯ୍ୟ କରୁଥିବା ମୁନନ ଏହି ନିଯୁକ୍ତି ଲାଗି ୬ ଲକ୍ଷ ଟଙ୍କା ଦାବି କରିବା ସହ ଅରଜିନାଲ

ମାଟ୍ରିକ୍ ସାର୍ଟିଫିକେଟ ଦେବାକୁ କହିଥିଲେ । ଜଣେ ପୋଲିସ ସିପାହୀଙ୍କଠାରୁ ଏହି ନିଯୁକ୍ତି ପ୍ରତିଶ୍ରୁତି ପାଇବା ପରେ ସତ୍ୟଜିତ ପ୍ରାୟ ଅଢ଼େଇ ବର୍ଷ ତଳେ ୩ ଲକ୍ଷ ୨୦ହଜାର ଟଙ୍କା ଅନଲାଇନରେ ମୁନନଙ୍କୁ ଦେବା ସହ ତାଙ୍କ ମାଟ୍ରିକ୍ ସାର୍ଟିଫିକେଟ ମଧ୍ଯ ଦେଇଥିଲେ ।

ଏହାମଧ୍ୟରେ ଫରେଷ୍ଟ ଗାର୍ଡରେ ନିଯୁକ୍ତି ସରିଲାଣି ଓ ଅନେକ ନିଯୁକ୍ତି ପାଇଲେଣି । ମାତ୍ର ସତ୍ୟଜିତଙ୍କୁ ନିଯୁକ୍ତି ନମିଳିବାରୁ ସେ ତାଙ୍କ ଟଙ୍କା ଓ ସାର୍ଟିଫିକେଟ୍ ଫେରସ୍ତ ଲାଗି ମୁନନଙ୍କୁ ବହୁବାର ଅନୁରୋଧ କରିଥିଲେ ବି ସେ ସମୟ ଗଡ଼ାଇ ଚାଲିଥିଲେ । ଶେଷରେ ନିରାଶ ହୋଇ ସତ୍ୟଜିତ ଧୁଷୁରୀ ଥାନାରେ ଏତଲା ଦେବା ପରେ ମାସକ ତଳେ ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରିଛି । ତେବେ ଟଙ୍କା ନେଇଥିବା ମୁନନ ପୁଲିସ ବିଭାଗରେ କାର୍ଯ୍ୟରତ ଥିବାରୁ ତାଙ୍କୁ ଗିରଫ କରାଯାଉନି ବୋଲି ଅଭିଯୋଗ କରିବା ସହ ତାଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବାକୁ ଦାବିରେ ସେ ଭଦ୍ରକ ଏସପିଙ୍କ ନିକଟରେ ଫେରାଦ ହୋଇଛନ୍ତି ।

ଅନ୍ୟପକ୍ଷରେ ଏହି ଠକେଇ ଘଟଣା ନେଇ ଧୁଷୁରୀ ଥାନା ଆଇଆଇସିଙ୍କୁ ପଚାରିବାରୁ ମାସକ ତଳେ ମୁନନ୍ ଦାସଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛୁ ବୋଲି କ‌ହିଛନ୍ତି । ତେବେ ସେ ଗତ ୨ ମାସ ହେବ ଡ୍ୟୁଟିକୁ ନଯାଇ ଫେରାର୍ ଥିବା ସୂଚନା ଦେଇଛନ୍ତି ଆଇଆଇସି ।

Latest Posts

Don't Miss