ପତ୍ନୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ପୂର୍ବତନ ସେନା କର୍ମଚାରୀ ଗିରଫ

ଟାଙ୍ଗୀ:  ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଜଣେ ପୂର୍ବତନ ସେନା କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଟାଙ୍ଗୀ ପୋଲିସ୍ । ଏଭଳି ଘଟଣା ଘଟିଛି ଖୋର୍ଧା ଜିଲା ଟାଙ୍ଗୀ ବଳରାମପୁର ସାହିରେ । ସୀମା ସୁରକ୍ଷା ବାହିନୀରେ ଦୀର୍ଘ ଦିନ କାର୍ଯ୍ୟ କରି  ଅବସର ନେଇଛନ୍ତି ଟାଙ୍ଗୀ ବଳରାମପୁର ସାହିର ପୂର୍ବତନ ସେନା କର୍ମଚାରୀ ବିରଂଚି ନାରାୟଣ ମହାନ୍ତି ।

ତାଙ୍କର ଏକମାତ୍ର ଝିଅ ଓ ପତ୍ନୀକୁ ନେଇ ଛୋଟ ପରିବାର ଟିଏ । ଝିଅକୁ ଉଚ ଶିକ୍ଷିତ କରାଇବା ପାଇଁ ସମସ୍ତେ  ଘର ଭଡା ନେଇ ଭୁବନେଶ୍ୱର ରେ ରହି ଆସୁଥିଲେ । ଝିଅ ଭୁବନେଶ୍ୱରରେ ୧୦ମ ଶ୍ରେଣୀରେ ପାଠ ପଢୁଥିଲେ । ଭୁତାଣୁ ଭୟରେ ଲକଡାଉନ ଯୋଗୁଁ ପରିବାର ଲୋକେ  ଭୁବନେଶ୍ୱର ଛାଡି ନିଜ ଘର ଟାଙ୍ଗୀ କୁ ପଳାଇ ଆସିଥିଲେ । ବିବାହ ପର ଠାରୁ ନିଜ ପତ୍ନୀ ସଂଧ୍ୟ୍ୟାରାଣୀ ମହାନ୍ତିଙ୍କୁ ସ୍ୱାମୀ ବିରଂଚି ନାରାୟଣ ଶାରୀରୀକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ ।

.ଏହି ଲକଡାଉନ ସମୟରେ  ନିର୍ଯ୍ୟାତନାର ସବୁ ସୀମା ଟପି ଯାଇଥିଲେ ବିରଞ୍ଚି । ପ୍ରତିଦିନ କୌଣସି ନା କୌଣସି କଥାରେ ପତ୍ନୀଙ୍କୁ ମାଡ଼ ପିଟ୍ କରି ଆସୁଥିଲେ ବିରଞ୍ଚି । ଗତ କାଲି ଏସବୁର ସମସ୍ତ ସୀମା ଟପି ଯାଇ ପତ୍ନୀକୁ ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରିଥିଲେ ବିରଞ୍ଚି । ଏନେଇ ପତ୍ନୀ ଟାଙ୍ଗୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ପୂର୍ବତନ ସେନା କର୍ମଚାରୀ ବିରଞ୍ଚିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave a Reply