ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

1 min read

ନୂଆଦିଲ୍ଲୀ: ପରଲୋକରେ ଯଶୱନ୍ତ ସିଂ । ଆଉ ନାହାନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂ । ଆଜି ସକାଳୁ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ୮୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁରେ ଶୋକର ଛାୟା ଖେଳିଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟ୍ବିଟ୍ କରି ନିଜର ଶୋକ ବ୍ୟକ୍ତ କରିଛନ୍ତି ।

ଦେଶ ପାଇଁ ତାଙ୍କର ଅତୁଳନୀୟ ଅବଦାନ ସବୁବେଳ ପାଇଁ ମନେ ରହିବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଯଶୱନ୍ତ ସିଂ ସେନାରେ ଦାୟିତ୍ୱ ତୁଲାଇ ସାରିବା ପରେ ନିଜ ରାଜନୀତିକ ଜୀବନ ଆରମ୍ଭ କରିଥିଲେ ।  ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ଯଶୱନ୍ତ ସିଂ ପ୍ରତିରକ୍ଷା, ବୈଦେଶିକ ବ୍ୟାପାର ଓ ଅର୍ଥ ବିଭାଗ ସମ୍ଭାଳିଥିଲେ । ବିଜେପି ପାଇଁ ମଧ୍ୟ ତାଙ୍କ ଅବଦାନ ରହିଥିଲା । ତେଣୁ ସେ ସବୁବେଳେ ମୋ ହୃଦୟରେ ରହିବେ ବୋଲି କହିଛନ୍ତି ନରେନ୍ଦ୍ର ମୋଦି । ଯଶୱନ୍ତଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Leave a Reply