ବିଜେପିକୁ ଝଟ୍‌କା: TMCରେ ଯୋଗଦେଲେ ପୂର୍ବତନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା

1 min read

କୋଲକାତା: ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିକୁ ଝଟ୍‌କା । ତୃଣମୂଳ କଂଗ୍ରେସରେ ଯୋଗଦେଇଛନ୍ତି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା । ଗତ କିଛି ବର୍ଷ ହେଲା ବିଜେପି ସହ ଯଶବନ୍ତଙ୍କ  ମନାନ୍ତର ଚାଲିଥିବା ବେଳେ ସେ ବିଜେପି ବରୋଧୀ ମନ୍ତବ୍ୟ ଦେଇଆସୁଥିଲେ ।

            ତେବେ ଶନିବାର ପଶ୍ଚିମବଙ୍ଗ ରାଜଧାନୀ କୋଲକାତା ସ୍ଥିତ ଟିଏମ୍‌ସି ଭବନରେ ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି । ସେ କହିଛନ୍ତି ଯେ, ତାଙ୍କର ଏହି ନିଷ୍ପତ୍ତିରେ ଜନତା ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯାଇଥିବେ। ସେ ଦଳ ରାଜନୀତିରୁ ଅଲଗା ହୋଇଯାଇଥିଲେ। କିନ୍ତୁ ଆଜି ଦେଶର ମୂଲ୍ୟବୋଧ ସଙ୍କଟରେ ଅଛି ଏବଂ ତାର ଅନୁପାଳନ ହେଉନି। ଗଣତନ୍ତ୍ରର ଶକ୍ତି ଆମ ସଂସ୍ଥାରେ ନିହିତ। କିନ୍ତୁ ଆଜି ସଂସ୍ଥା ଦୁର୍ବଳ ହୋଇପଡିଛି। ଏଥିରେ ଦେଶର ନ୍ୟାୟପାଳିକା ମଧ୍ୟ ସାମିଲ ଅଛନ୍ତି।

ଏହି ଅବସରରେ ଡରେକ୍ ଓ ବ୍ରାୟନ୍, ସୂଦୀପ ବନ୍ଦୋପାଧ୍ୟାୟ ଓ ସୁବ୍ରତ ମୁଖାର୍ଜୀ ଉପସ୍ଥିତ ଥିଲେ। ଯଶବନ୍ତ ସିହ୍ନା ଟିଏମସିରେ ସାମିଲ ହେବାପରେ ସୁବ୍ରତ ମୁଖାର୍ଜୀ ଖୁସି ପ୍ରକାଶ କରିଛନ୍ତି । ମମତାଙ୍କ ଉପରେ ହମଲା ହୋଇନଥିଲେ ସେ ବି ଆଜି ଏଠାରେ ଉପସ୍ଥିତ ହୋଇଥାନ୍ତେ ବୋଲି ସେ କହିଛନ୍ତି। ସୂଦୀପ ବନ୍ଦୋପାଧ୍ୟାୟ କହିଛନ୍ତି, ଟିଏମସିରେ ସାମିଲ ହେବା ପୂର୍ବରୁ ଯଶବନ୍ତ ସିହ୍ନା ମମତା ବାନାର୍ଜୀଙ୍କୁ ସାକ୍ଷାତ କରିବାକୁ ତାଙ୍କ ବାସଭବନକୁ ଯାଇଥିଲେ।

Leave a Reply