ତେଲଙ୍ଗାନା ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଅସୁସ୍ଥ

ହାଇଦ୍ରାବାଦ : ତେଲଙ୍ଗାନା ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଆହତ। ହାଇଦ୍ରାବାଦ ଇରାବଳି ସ୍ଥିତ ଫାର୍ମହାଉସରେ ଖସି ପଡିଯିବା ପରେ ତାଙ୍କୁ ଗତକାଲି ରାତି ୨ଟା ସମୟରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କେ. ଚନ୍ଦ୍ରଶେଖର ରାଓଙ୍କ ଅଣ୍ଟା ହାଡ଼ରେ ଫାଟ ସୃଷ୍ଟି ହୋଇଥିବା ଜଣାପଡିଛି । ତାଙ୍କର ଅଣ୍ଟାରେ ଅସ୍ତ୍ରୋପଚାର ହୋଇପାରେ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି । ୬୯ ବର୍ଷୀୟ କେ. ଚନ୍ଦ୍ରଶେଖର ରାଓ ବିଧାନସଭା ନିର୍ବାଚନରେ ଦଳର ପରାଜୟ ପରେ ଗତ ୩ ଦିନ ଧରି ନିଜ ଦଳର ନେତା ଓ ପ୍ରଶଂସକଙ୍କୁ ସାକ୍ଷାତ କରୁଥିଲେ । Former Telangana CM KCR falls at farmhouse, hospitalised with hairline fracture | India News - The Indian Express

ଗତକାଲି ମଧ୍ୟ ସେ କିଛି ଲୋକଙ୍କୁ ସାକ୍ଷାତ କରିଥିଲେ। ଏହି ସମୟରେ ଘରେ ପଡ଼ିଯାଇଥିଲେ କେ. ଚନ୍ଦ୍ରଶେଖର ରାଓ। ୨୦୧୪ ଠାରୁ ୨୦୨୩ ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ରହିଥିଲେ । ବିଧାନସଭା ନିର୍ବାଚନରେ କଂଗ୍ରେସ ଠାରୁ ହାରିବା ପରେ କେସିଆର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ତେଲଙ୍ଗାନାର ଗଜୱେଲ ଆସନରୁ ଚଳିତ ନିର୍ବାଚନରେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି କେସିଆର । ଭାରତୀୟ ରାଷ୍ଟ୍ର ସମିତି ବିଧାନସଭା ନିର୍ବାଚନରେ ୩୯ ସିଟରେ ବିଜୟ ସହ ବିରୋଧୀ ଦଳର ସ୍ଥାନ ନେଇଛି ।