ବିଜେଡିରୁ ବିଦା ହେଲେ ପ୍ରଦୀପ ପାଣିଗ୍ରାହୀ, ଠକ ପାଠକ୍‌ ବାପ-ପୁଅ ସହ ସମ୍ପୃକ୍ତି ଅଭିଯୋଗ

Pradeep Panigrahi

ଭୁବନେଶ୍ୱର: ବିଜେଡିରୁ ବିଦା ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁର ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବିଦା କଲେ ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରିଛନ୍ତି ବିଜେଡି ସୁପ୍ରିମୋ ।

ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଦୁଇ ଦିନ ପୂର୍ବେ ଗିରଫ ହୋଇଥିବା ଅଭୟକାନ୍ତ ପାଠକ ଓ ଆକାଶ ପାଠକଙ୍କ ସହ ସମ୍ପୃକ୍ତି ଥିବାରୁ ପ୍ରଦୀପ ଚର୍ଚ୍ଚାକୁ ଆସିଥିଲଷ । ଅଭୟକାନ୍ତଙ୍କ ପୁଅ ଆକାଶ ସହ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅର ବିବାହ ସ୍ଥିର ହୋଇଥିଲା । ଏନେଇ ବିବାହ କାର୍ଡ ମଧ୍ୟ ଛପା ସରିଥିଲା । ପିସିସିଏଫ୍‌ ଅଭୟକାନ୍ତଙ୍କ ଆୟ ବର୍ହିଭୂତ ସମ୍ପତିଠୁଳ ପଛରେ ପ୍ରଦୀପଙ୍କ ସହଯୋଗ ଥିବା କଥା ଚର୍ଚ୍ଚା ହେଉଛି ।

Abhay-Kant-Pathak

ଏମିତିକି ଠକ ଆକାଶଙ୍କୁ ମଧ୍ୟ ସହଯୋଗ କରୁଥିଲେ ପ୍ରଦୀପ ପାଣିଗ୍ରାହୀ । ଆକାଶ ଲୋକଙ୍କୁ ଟାଟାମୋଟର୍ସର ଏମ୍‌ଡି କହି ଠକି ଆସୁଥିଲେ । ଲୋକଙ୍କୁ ଚାକିରି ଦେବା କଥା କହି ସେମାନଙ୍କଠାରୁ ଟଙ୍କା ଲୁଟୁଥିଲେ । ଏମିତିକି ଗୋପାଳପୁର ବ୍ରହ୍ମପୁର ଅଞ୍ଚଳରୁ ମଧ୍ୟ ଲୋକଙ୍କୁ ଚାକିରି କରେଇଦେବା କଥା କହି ଟଙ୍କା ଲୁଟିଥିଲେ । ଟାଟାମୋଟର୍ସ ପକ୍ଷରୁ ଆକାଶଙ୍କ ନାଁରେ ପୂର୍ବରୁ ଏନେଇ ଅଭିଯୋଗ ରହିଥିଲା । ହେଲେ ପ୍ରଦୀପଙ୍କ ସହଯୋଗ ଯୋଗୁଁ କେସ୍‌କୁ ଚପି ଯାଇଥିଲା ।

Akash Pathak Fake MD Of Tata Motors Issued Offer Letters

ଖାଲି ସେତିକି ନୁହେଁ ପ୍ରଦୀପଙ୍କ ନାଁରେ ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟ ନେଇ ଚର୍ଚ୍ଚା ହେଉଥିଲା । ତେବେ ଏହି ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ବହିସ୍କୃତ କରିଛନ୍ତି । ଏନେଇ ବିଜେଡିର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ (ଗଣମାଧ୍ୟମ ବ୍ୟାପାର) ପ୍ରଦୀପଙ୍କ ବହିଷ୍କୃତ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

Leave a Reply