ସଡ଼କ ଦୁର୍ଘଟଣାରେ ପୂର୍ବତନ ବିଧାୟକ ଅର୍ଜୁନ ଦାସଙ୍କ ପରଲୋକ

ଯାଜପୁର: ସଡ଼କ ଦୁର୍ଘଟଣାରେ ବିଞ୍ଝାରପୁରର ପୂର୍ବତନ ବିଧାୟକ ଅର୍ଜୁନ ଚରଣ ଦାସଙ୍କ ପରଲୋକ । ଯାଜପୁର ଖରସ୍ରୋତା ବ୍ରିଜ୍ ଉପରେ ଅର୍ଜୁନଙ୍କ ଉପରେ ମାଡ଼ିଗଲା ହାଇଓ୍ବା । ସେ ବାଇକରେ ଭୁବନେଶ୍ବର ଯାଉଥିବା ବେଳେ ଘଟିଛି ଦୁର୍ଘଟଣା । ଯାଜପୁରର ପୂର୍ବତନ ସାଂସଦ ଅନାଦି ଦାସଙ୍କ ପୁଅ ଅର୍ଜୁନ ଦାସ । ବିଂଝାରପୁର ନିର୍ବାଚନମଣ୍ଡଳୀରୁ ୧୯୯୫ରୁ ୨୦୦୦ ଯାଏ କଂଗ୍ରେସରୁ ବିଧାୟକ ଥିଲେ ଅର୍ଜୁନ ଦାସ । କିଛି ଦିନ ପୂର୍ବରୁ ସେ ବି.ଆର.ଏସ.ରେ ସାମିଲ ହୋଇଥିଲେ ।