spot_img

Latest Posts

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବେଗୌଡ଼ା କରୋନା ସଂକ୍ରମିତ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବେଗୌଡ଼ା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦେବେଗୌଡ଼ା ଓ ତାଙ୍କ ଧର୍ମପତ୍ନୀ କରୋନା ସଂକ୍ରମିତ ହୋଇଥିବା ନେଇ ଆଜି ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି। ଦେବେଗୌଡ଼ା ଓ ପତ୍ନୀ ଚେନ୍ନାମାଙ୍କ ସମେତ ପୂରା ପରିବାର ବର୍ତ୍ତମାନ ଆଇସୋଲେଶନରେ ରହିଛନ୍ତି।

ତେବେ ପଜିଟିଭ ଚିହ୍ନଟ ହେବାପରେ ଦେବେଗୌଡ଼ା ଗତ କିଛିଦିନ ମଧ୍ୟରେ ତାଙ୍କ ସହ ଏବଂ ତାଙ୍କ ପରିବା ସଦସ୍ୟଙ୍କ ସହ ସମ୍ପର୍କରେ ଆସିଥିବା ଲୋକମାନଙ୍କୁ ଆଇସୋଲେଶନରେ ରହିବା ପାଇଁ ଏବଂ କରୋନା ଟେଷ୍ଟ କରିବାକୁ ଅପିଲ କରିଛନ୍ତି।

ସୂଚନାଯୋଗ୍ୟ, ୧୯୯୬ ମସିହା ଜୁନ ୧ରୁ ୧୯୯୭ ମସିହା ଏପ୍ରିଲ ୨୧ ପର୍ଯ୍ୟନ୍ତ ଦେବେଗୌଡ଼ା ଭାରତର ପ୍ରଧାନମନ୍ତ୍ରୀ ରହିଥିଲେ। ପୂର୍ବରୁ ସେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ମଧ୍ୟ ରହିସାରିଛନ୍ତି । ଏବେ ସେ କର୍ଣ୍ଣାଟକରୁ ରାଜ୍ୟସଭା ସାଂସଦ ଅଛନ୍ତି ।

Latest Posts

Don't Miss