spot_img

Latest Posts

ଭୁବନେଶ୍ୱର ଗସ୍ତରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ୱର: ଆସନ୍ତା ୨୩ ତାରିଖରେ ଏକ ଦେଶ ଏକ ନିର୍ବାଚନ ନେଇ ଗଠିତ କମିଟିର ପ୍ରଥମ ବୈଠକ ବସିବ। ଏ ନେଇ ସୂଚନା ଦେଇଛନ୍ତି କମିଟିର ମୁଖ୍ୟ ତଥା ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏକ ଘରୋଇ ଇଞ୍ଜିନିୟରିଂ କଲେଜର କାର୍ଯ୍ୟକ୍ରମରେ ଯୋଗଦେବାକୁ ଭୁବନେଶ୍ବର ଆସିଥିବାବେଳେ ଏ ସଂପର୍କରେ କୋବିନ୍ଦ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

କିଛି ଦିନ ତଳେ ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ନେଇ କମିଟି ଗଠନ କରିଛନ୍ତି କେନ୍ଦ୍ର ସରକାର । ଏଥିରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ କମିଟିର ଅଧ୍ୟକ୍ଷ ନିଯୁକ୍ତି କରିଥିଲେ କେନ୍ଦ୍ର ସରକାର। ଏହି କମିଟି ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ନେଇ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ଦେବ। ଆସନ୍ତା ୧୮ ତାରିଖରୁ ସଂସଦର ସ୍ବତନ୍ତ୍ର ଅଧିବେଶନ ବସୁଥିବା ବେଳେ ଗୃହରେ କେନ୍ଦ୍ର ସରକାର ଏହି ବିଲ ଆଗତ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଯଦି ଏହା ଗୃହିତ ହୁଏ ତେବେ ଦେଶରେ ଗୋଟିଏ ସମୟରେ ଲୋକସଭା ଓ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ହେବ।

Latest Posts

Don't Miss