ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟ ତାରକା ଅର୍ଜୁନ ରଣତୁଙ୍ଗା ହୋଇପାରନ୍ତି ଗିରଫ। ମନ୍ତ୍ରୀ ଥିବାବେଳେ ହୋଇଥିବା ତୈଳ ଦୁର୍ନୀତି ମାମଲାରେ ସେ ହୋଇପାରନ୍ତି ଗିରଫ। ଏହି ଦୁର୍ନୀତି ଯୋଗୁ ଶ୍ରୀଲଙ୍କା ରାଜକୋଷରୁ ୮୦୦ ନିୟୁତ ଟଙ୍କା କ୍ଷତି ଘଟିଥିଲା ବୋଲି ଅଭିଯୋଗ ହୋଇଥିଲା। ସିଲନ ପେଟ୍ରୋଲିୟମ କର୍ପୋରେସନ ବା ସିପିସି ଏହି କ୍ଷତି ସହିଥିଲା। ସ୍ପଟ ଟେଣ୍ଡରରେ ଜାଲିଆତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗରେ ବି ସାମିଲ ଅଛନ୍ତି ଅର୍ଜୁନଙ୍କ ଭାଇ ଧମିକା। ତାଙ୍କୁ ପ୍ରଥମ ଅଭିଯୁକ୍ତ ଦର୍ଶାଯାଇଛଇ। ସିଲନ ପେଟ୍ରୋଲିୟମ କର୍ପୋରେସନର ଅଧ୍ୟକ୍ଷ ଧମିକା ଥିବାବଳେ ଅର୍ଜୁନ ରଣତୁଙ୍ଗା ଥିଲେ କେନ୍ଦ୍ର ପେଟ୍ରୋଲିୟମ ସମ୍ପଦ ବିକାଶର ମନ୍ତ୍ରୀ। ଧମିକାଙ୍କୁ ୧ ନିୟୁତ ଟଙ୍କା ବଦଳରେ ଜାମିନ ଦିଆଯାଇଛି। ଅଭିଯୋଗ ଅନୁସାରେ ୨୦୧୭-୨୦୧୮ ବର୍ଷ ଲାଗି ସିପିସି ପକ୍ଷରୁ ଦୀର୍ଘସୂତ୍ରୀ ଟେଣ୍ଡର ଆହ୍ବାନ କରାଯାଇଥିଲା। ମାତ୍ର ଅଧିକ ଦରରେ ପଡିଥିବା ଟେଣ୍ଡରକୁ ମଞ୍ଜୁରୀ ମିଳିଥିଲା। ଏହି ଦୁର୍ନୀତି ଯୋଗୁ ରାଜକୋଷ ୮୦୦ ନିୟୁତ ଡଲାର କ୍ଷତି ସହିଥିଲା।

