ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ଦିନେଶ ତ୍ରିବେଦୀ ଶନିବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ ହୋଇଛନ୍ତି । ଟିଏମସି ଛାଡି ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ଦିନେଶ । ବିଜେପିରେ ନେତା ମାନେ ଯୋଗ ଦେବା ଦଳକୁ ଶକ୍ତିଶାଳୀ କରୁଛି ବୋଲି ଦଳୀୟ କର୍ମୀ ପ୍ରକାଶ କରିଛନ୍ତି ।
ଅପରପକ୍ଷେ ନିର୍ବାଚନ ସମୟରେ ଦିନେଶଙ୍କ ଯୋଗଦାନ ଦଳକୁ ଆହୁରି ମଜବୁତ କରିବ ବୋଲି ବିଜେପି କହିଛି । ଏଭଳିକି ଦିନେଶ ତ୍ରିବେଦୀଙ୍କୁ ବିଜେପି ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ସଂସଦ ଅଧିବେଶନ ଚାଲିଥିବାବେଳେ ରାଜ୍ୟସଭାରେ ଟିଏମସ ଛାଡିବା ନେଇ ଘୋଷଣା କରିଥିଲେ ଦିନେଶ ତ୍ରିବେଦୀ । ଟିଏମସିରେ ଗୁଣ୍ଡାରାଜ ବଢୁଥିବାବେଳେ ଏକଛତ୍ରବାଦ ବଢିବାରେ ଲାଗିଛି । ଏଣୁ ମୁଁ ଟିଏମସି ଛାଡୁଛି ବୋଲି କହିଥିଲେ ଦିନେଶ।
तृणमूल कांग्रेस में भ्रष्टाचार, अवसरवादिता, लोकतंत्र की हत्या, संस्थाओं का गला घोंटना, ये सब कुछ विराजमान है।
इसीलिए संवेदनशील और विवेकशील व्यक्तित्व के धनी दिनेश त्रिवेदी ने तृणमूल को छोड़कर आज भाजपा को जॉइन किया है।
– श्री @JPNadda pic.twitter.com/EKkUjl5SO1
— BJP (@BJP4India) March 6, 2021

