ପିପିଲି ଉପ ନିର୍ବାଚନ ପରିଚାଳନା ପାଇଁ ୪ ପୁରୁଖା ନେତାଙ୍କୁ ନିଯୁକ୍ତ କଲା ବିଜେଡି

ପିପିଲି: ପାଖଉଛି ପିପିଲି ଉପନିର୍ବାଚନ ତାରିଖ। ପ୍ରାର୍ଥୀ ସେମାନଙ୍କ ପ୍ରଚାର ଆରମ୍ଭ କଲେଣି । ଏହାରି ଭିତରେ ପିପିଲି ଉପନିର୍ବାଚନ ନେଇ ରଣନୀତି ପ୍ରସ୍ତୁତ କରିଛି ବିଜୁ ଜନତା ଦଳ । ନିର୍ବାଚନ ପରିଚାଳନା ନେଇ ଦଳର ୪ ପୁରୁଖା ନେତାଙ୍କୁ ଦିଆଯାଇଛି ଦାୟିତ୍ୱ।  ଦେବୀ ମିଶ୍ର, ମହେଶ୍ୱର ମହାନ୍ତି, ସଞ୍ଜୟ ଦାସବର୍ମା ଓ ପ୍ରତାପ ଦେବଙ୍କୁ ଦାୟିତ୍ୱ ମିଳିଛି। ୪ ନେତାଙ୍କୁ ଏହି ପରିଚାଳନା ଦାୟିତ୍ୱ ଦେଇଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜଙ୍କ ସୂଚନା ଦେଇଛନ୍ତି।

ଅନ୍ୟପଟେ ପ୍ରଚାର ମୈଦାନରେ ଜୁନିଅର ମହାରଥୀ । ବାପାଙ୍କ ପରି ସମାନ କଥା ‘ଆଗ ମାଟି ପରେ ପାର୍ଟି’ । ଗତକାଲି ନାମାଙ୍କନ ପତ୍ର ଦାଖଲ କରିବା ପରେ ଆଜି ନିର୍ଵାଚନ ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ପିପିଲି ତେଇଶିପୁର ପଞ୍ଚାୟତରୁ ରୁଦ୍ର ତାଙ୍କ ସମର୍ଥକ ମାନଙ୍କ ସହିତ ଭୋଟରମାନଙ୍କ ଦୁଆର ଦୁଆର ବୁଲି ଭୋଟ ଭିକ୍ଷା କରିଥିଲେ । ତାଙ୍କ ବାପାଙ୍କୁ ପିପିଲିବାସୀଙ୍କ ଯେପରି ଭଲ ପାଇବା ଥିଲା ସେହିପରି ପିପିଲିବାସୀ ତାଙ୍କୁ ବହୁମତ ଦେଇ ନିର୍ଵାଚନ ଜିତାଇବେ ବୋଲି ଆଶାବାଦୀ ରୁଦ୍ର ପ୍ରତାପ।

Leave a Reply