ଚାଲିଗଲା ୪ ନିରିହ ଶିଶୁଙ୍କ ଜୀବନ

ଖେଳରେ ଖେଳରେ ଚାଲିଗଲା ୪ଟି ନିରିହ ଶିଶୁଙ୍କ ଜୀବନ । ଅଜାଣତରେ ଗାଡି ଭିତରେ ଲକ୍ ହୋଇଯାଇଥିବା କାରଣରୁ ବନ୍ଦ ହେଇଗଲା ନିଶ୍ୱାସ । ୟୁପିର ବାଗପତରେ ଥିବା ଚାନ୍ଦିନଗର ଥାନା କ୍ଷେତ୍ରରେ ଘଟିଛି ଏହିଭଳି ଦୁଃଖଦ ଘଟଣା । ଏହି ଘଟଣା ଯୋଗୁଁ ସାରା ଗାଁରେ ଏବେ ଶୋକାକୁଳ ପରିବେଶ । ଚାନ୍ଦିନଗର ଥାନା ଅର୍ନ୍ତଗତ ସିଙ୍ଗୋଲୀ ଗାଁରେ ହିଁ ଘଟିଛି ଏହିଭଳି ଘଟଣା । ଗାଁ ବାହାରେ ରହିଥିବା ଗୋଟିଏ କାର୍ ଭିତରେ ପିଲାମାନେ ଲୁଚକାଳି ଖେଳୁଥିବା ସମୟରେ ଘଟିଛି ଏହିଭଳି ଘଟଣା । ଗାଡିର ମାଲିକ ସେଠାରେ ନଥିବା ସମୟରେ ୫ଟି ପିଲା ଲୁଚକାଳି ଖେଳୁଥିଲେ । ଆଉ ଖେଳରେ ଖେଳରେ ଗାଡି ଭିତରେ ଫସି ଯାଇଥିଲେ ପିଲାମାନେ । ହେଲେ ର୍ଦୁଭାଗ୍ୟ ବଶତଃ କାର୍ ଭିତରେ ଶ୍ୱାସରୁଦ୍ଧ ହୋଇ ୪ଜଣଙ୍କର ଜୀବନ ସେହିଠାରେ ହିଁ ଚାଲିଯାଇଥିଲା । କିନ୍ତୁ ଗାଁ ଲୋକେ ଆସି ଘଟଣାସ୍ଥଳରେ ପହଂଚିବା ପରେ କାର୍‌ର କାଚ ଭାଙ୍ଗି ଆଉ ଏକ ଶିଶୁକୁ ତୁରନ୍ତ ଉଦ୍ଦାର କରିଥିଲେ । ଏହି ଘଟଣାରେ ପୋଲିସ ମଧ୍ୟ ପହଂଚି ଯାଂଚ ଆରମ୍ଭ କରିଥିଲା । ମୃତ ପିଲାମାନଙ୍କର ପରିବାର ଲୋକଙ୍କର ଆରୋପ ଯେ ଗାଡି ମାଲିକଙ୍କର ବେପରୁଆ କାମ ଯୋଗୁଁ ଏହିଭଳି ଘଟଣା ଘଟିଛି । ନିଜ ଗାଡିର ମିରର୍‌କୁ ଲକ୍ ନ କରିଥିବାରୁ ପିଲାମାନେ ଖେଳୁ ଖେଳୁ କାର୍ ଭିତରେ ପସିଯାଇଥିଲେ । ଓ ଭିତରୁ କବାଟ ଲକ୍ କରିଦେଇଥିଲେ । ଯେଉଁଥିପାଇଁ ସେମାନଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଗଲା । ଯଦି କବାଟ ବନ୍ଦ ଥାଆନ୍ତା ତାହାଲେ ଆଜି ଏହିଭଳି ଅଘଟଣ ଘଟିନଥାନ୍ତା । ମୃତ ପିଲାମାନଙ୍କ ଭିତରୁ ୨ଜଣଙ୍କ ବୟସ୍ ୪ ବର୍ଷ ଓ ଆଉ ଦୁଇଜଣଙ୍କ ବୟସ ୭ ଓ ୮ ବର୍ଷ ଥିଲା । ବର୍ତମାନ ସେମାନଙ୍କ ପରିବାର ସଂମ୍ପୂର୍ଣ୍ଣ ରୂପେ ଭାଙ୍ଗିପଡିଛନ୍ତି ।

Leave a Reply