spot_img

Latest Posts

ସ୍ବାଧିନତାର ୭୫ ବର୍ଷ ପ୍ରସ୍ତୁତି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ସ୍ବାଧୀନତାର ୭୫ ବର୍ଷ ପାଳନ ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି । ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ୍, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ା ମଧ୍ୟ ଏଥିରେ ନିଜ ମତାମତ ରଖିଛନ୍ତି। ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକମାତ୍ର ମୁଖ୍ୟମନ୍ତ୍ରୀ ଭାବେ ବକ୍ତବ୍ୟ ରଖିଛନ୍ତି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତ ମୁକ୍ତି ସଂଗ୍ରାମର ଅଦ୍ବିତୀୟ ହିରୋ ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ଭାବେ ସେ ସ୍ବାଧୀନତାର ୭୫ ବର୍ଷ କିଭଳି ପାଳନ ହେବା ଉଚିତ୍, ସେନେଇ ମତ ରଖିଛନ୍ତି। ବିଜୁବାବୁ ୧୯୪୩ରୁ ୧୯୪୬ ପର୍ଯ୍ୟନ୍ତ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇ ବିଭିନ୍ନ ଜେଲ୍‌ରେ ରହିଥିଲେ । ଏବେକାର ଯୁବପୀଢିଙ୍କୁ ସ୍ବାଧୀନତା ସଂଗ୍ରାମ ଓ ସଂଗ୍ରାମୀଙ୍କ ବିଷୟ ସଂପର୍କରେ ମନେ ପକାଇ ଦିଆଯିବା ଉଚିତ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସ୍ବାଧୀନତା ସଂଗ୍ରାମରେ ମହତ୍ବ ବହନ କରୁଥିବା ସ୍ଥାନ ଓ ସ୍ବଳ୍ପ ପରିଚିତ ସଂଗ୍ରାମୀଙ୍କ ବିଷୟରେ ସାରା ଦେଶ ଅବଗତ ହେବା ଉଚିତ୍। ଗାନ୍ଧିଜୀଙ୍କ ମତରେ, ଜନସେବାରେ ନିୟୋଜିତ ହେବା ନିଜକୁ ପାଇବାର ସବୁଠୁ ଉତ୍ତମ ମାଧ୍ୟମ। ଏଥିପାଇଁ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନରେ ସମସ୍ତଙ୍କୁ ସାମିଲ କରାଯିବା ଉଚିତ୍।

Latest Posts

Don't Miss