ଶସ୍ତା ହେଉଛି ସୁନା, ୯ ମାସରେ ଦର ୨୧ ପ୍ରତିଶତ ହ୍ରାସ

From peak of Rs 56,000 in August, gold plunges to near Rs 43,000

ମୁମ୍ବାଇ: ୯ ମାସର ମହଙ୍ଗା ପରେ ଶସ୍ତା ହୋଇଛି ସୁନା । ଦେଶରେ ଶୁକ୍ରବାର ସୁନା ଦର ୧୦ ଗ୍ରାମ୍ ପିଛା ପାଖାପାଖି ୪୩ ହଜାର ଟଙ୍କାକୁ ଖସି ଆସିଛି । ଗତବର୍ଷ ଅଗଷ୍ଟ ମାସରେ ସୁନାର ସର୍ବାଧିକ ଦର ୫୬ ହଜାର ୩୧୦ ରେକର୍ଡ ସ୍ତରରେ ଥିଲା । ୯ ମାସ ମଧ୍ୟରେ ସୁନା ଦର ୨୧ ପ୍ରତିଶତ ଖସିଛି ।

From peak of Rs 56,000 in August, gold plunges to near Rs 43,000

ଅନ୍ତର୍ଜାତୀୟ ମାର୍କେଟରେ ସୁନା ଦର ହ୍ରାସ ପରେ ଦେଶରେ ଦର ଖସିଛି । ଗୁରୁବାର ପ୍ରାୟ ୯ ମାସ ପରେ ଅନ୍ତର୍ଜାତୀୟ ବଜାରରେ ସୁନାଦର ଆଉନ୍ସ ପ୍ରତି ୧୭୦୦ ଡଲାର ତଳେ ରହିଛି । ଅଗଷ୍ଟରେ ଅନ୍ତର୍ଜାତୀୟ ବଜାରରେ ଆଉନ୍ସ ପ୍ରତି ସୁନା ଦର ୨,୦୧୦ ଡଲାର ରହିଥିଲା । ଏହା ଏବେ ୧୫ ପ୍ରତିଶତ ଖସିଛି । ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ଅନ୍ତର୍ଜାତୀୟ ବଜାରରେ ସୁନାଦର ଆହୁରି ଖସିବ । ଆଉନ୍ସ ପ୍ରତି ସୁନା ମୂଲ୍ୟ ୧,୫୦୦ ଡଲାର ପାଖାପାଖି ଖସି ଆସିବ ବୋଲି ବିଶେଷଜ୍ଞ ଅନୁମାନ କରିଛନ୍ତି ।

From peak of Rs 56,000 in August, gold plunges to near Rs 43,000

ଡଲାର ଦୃଢ଼ ହେବା ପରେ ସୁନା ମୂଲ୍ୟ ହ୍ରାସ୍ ପାଇଛି । ଆମେରିକା ଅର୍ଥନୀତି ସୁଦୃଢ଼ ହେଉଛି । ନିବେଶକାରୀ ଆମେରିକା ସରକାରଙ୍କ ବଣ୍ଡରେ ନିବେଶ କରୁଛନ୍ତି । ବିଶେଷ କରି ସୁନାରେ ନିବେଶ ବଢ଼ୁଛି । ଯାହାର ପ୍ରଭାବ ସୁନା ଦର ଉପରେ ପଡ଼ିଛି । ଏହାଛଡ଼ା ଦେଶରେ ସୁନାର ଚାହିଦା ଏବଂ ଅନ୍ତର୍ଜାତୀୟ ବଜାରରେ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ଉପରେ ଦେଶରେ ଦର ନିର୍ଭର କରେ । ଏବେ ଡଲାର ଅଧିକାଂଶ ଦେଶର ଟଙ୍କା ତୁଳନାରେ ମଜଭୁତ୍ ସ୍ଥିତିରେ ରହିଛି । ତେବେ, ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ସୁନା ଆଉନ୍ସ ପ୍ରତି ୧,୫୦୦ ଡଲାର ପାଖାପାଖି ଖସି ଆସିବ ।

Leave a Reply