ଫଳ ବିକାଳୀଙ୍କ ନାଁରେ ବୃଦ୍ଧ କରିଦେଲେ କୋଟି କୋଟି ଟଙ୍କାର ସମ୍ପତ୍ତି

ନନ୍ଦିଘୋଷ ବ୍ୟୁରୋ: ଜଣେ ୮୮ ବର୍ଷର ବୃଦ୍ଧ ନିଜର ସବୁ ସମ୍ପତ୍ତି ଗୋଟିଏ ଫଳ ବିକାଳୀ ନାଁ ରେ କରିଦେଇଛନ୍ତି । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥା ଟି ସତ । ତାଙ୍କର ଫ୍ଲାଟ୍ର  ଆନୁମାନିକ ମୂଲ୍ୟ ୩.୮୪ କୋଟିରୁ ଅଧିକ ଅଟେ । ବୃଦ୍ଧଙ୍କର ଏହି ନିଷ୍ପତ୍ତିରେ ତାଙ୍କର ସବୁ ସମ୍ପକୀୟଙ୍କୁ ବଡ ଝଟକା ଲାଗିଛି । କିନ୍ତୁ ଯେତେବେଳେ ଏହାର ପ୍ରକୃତ କାରଣ ଜଣାପଡିଲା ସମ୍ପକୀୟ ମାନେ ବୃଦ୍ଧଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇଲେ । ଏହି ଘଟଣାଟି ଚୀନର ସାଂଘାଇ ଅଞ୍ଚଳର । ସେଠି ମା ନାମକ ଜଣେ ବୃଦ୍ଧ ବ୍ୟକ୍ତି ତିନି ବର୍ଷ ପୂର୍ବରୁ ନିଜର ସବୁ ସମ୍ପତ୍ତି ଜଣେ ଫଳ ବିକାଳୀ ନାଁ ରେ କରିଦେବେ ବୋଲି ନିଷ୍ପତ୍ତି ନେଇଥିଲେ । ଯାହାଙ୍କ ସହ ତାଙ୍କର ରକ୍ତର ସଂମ୍ପର୍କ ନଥିଲା । ସେ ଏହା ସବୁ ତାଙ୍କର ଜମି ପଟାରେ ଲେଖିଦେଇଥିଲେ ।

ସାଉଥ୍ ଚାଇନା ମର୍ନିଂ ପୋଷ୍ଟ ର ରିପୋର୍ଟ ଆଧାରରେ , ଫଳ ବିକ୍ରେତାଙ୍କ ନାଁ ଥିଲା ଲିୟୁ । ତାଙ୍କ ନାଁରେ ବୃଦ୍ଧ ଜଣକ ଏହି ପ୍ରୋପଟି ସବୁ କରିଥିଲେ କାରଣ ଲିୟୁ ବୃଦ୍ଧଙ୍କ ମରିବା ଯାଏଁ ତାଙ୍କର ସେବା କରିଥିଲେ । କିଛି ବର୍ଷ ପୂର୍ବେ ଲିୟୁ ତାଙ୍କ ସ୍ତ୍ରୀ ଏବଂ ପିଲା ଛୁଆ ସହ ମା ଙ୍କ  ଘରେ ରହି ତାଙ୍କର ସେବା ଯତ୍ନ କରୁଥିଲେ । ତାପରେ ଡିସେମ୍ବର ୨୦୨୧ ରେ  ଯେତବେଳେ ବୃଦ୍ଧ ମା ଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ମା ଙ୍କର ତିନି ଭଉଣୀ ଲିୟୁଙ୍କୁ ବ୍ୟାଙ୍କ୍ ଆକାଉଣ୍ଟ ସାର୍ଟିଫିକେଟ୍ ଦେବାକୁ ମନା କରିଦେଇଥିଲେ । ଲିୟୁ ମା ଙ୍କର ତିନି ଭଉଣୀ ଙ୍କୁ କହିଥିଲେ ଯେ ତାଙ୍କ ଭାଇଙ୍କ ସମ୍ପତ୍ତିରେ ତାଙ୍କର ବି ଅଧିକାର ରହିଛି ।

ତେବେ ମା ଙ୍କର ତିନି ଭଉଣୀ ଏହାକୁ ମିଛ ହୋଲି କହିଛନ୍ତି  । ତାଙ୍କ  ଭଉଣୀ ମାନେ କହିଛନ୍ତି ଯେ ତାଙ୍କ ବୃଦ୍ଧ ଭାଇଙ୍କ ମୃତ୍ୟୁ ପୂର୍ବରୁ ୨୦୨୦ରେ  ଲିୟୁଙ୍କ ସହ ଏକ ଚୁକ୍ତି କରିଥିଲେ  । ଯେଉଁଥିରେ ଲେଖାଥିଲା କି , ଜୀବିତ ଥିବା ବେଳେ ଲିୟୁ ତାଙ୍କର ଯତ୍ନ ନେବେ ଏବଂ ମା ମରିବା ପରେ ତାଙ୍କର ସମସ୍ତ ସମ୍ପତ୍ତି ଲିୟୁଙ୍କୁ ମିଳିବ  । କିନ୍ତୁ ମା ଙ୍କ ଭଉଣୀ ମାନେ ଦାବି କରିଛନ୍ତି କି ମା ଙ୍କର ମାନସିକ ସ୍ଥିତି ଭଲ ନଥିଲା । ସେ ଆମ୍ନେସିଆ ରୋଗରେ ପୀଡିତ ଥିଲେ । ଏହି ସମୟରେ ହିଁ ଲିୟୁ ଜାଣିଶୁଣି ସମ୍ପତ୍ତିର କାଗଜପତ୍ର ନିଜ ନିଜ ନାମରେ କରି ନେଇଛନ୍ତି । ଏହି ମାମାଲାରେ କୋର୍ଟ ରାୟ ଦେଇଛି  ଯେ ମା ନିଜେ ହିଁ ଲିୟୁଙ୍କୁ ସବୁ ସମ୍ପତ୍ତି ଦେବେ ବୋଲି ଚାହୁଁଥିଲେ  ଏବଂ ସବୁ ସମ୍ପତ୍ତି ଲିୟୁଙ୍କୁ ମିଳିବ ବୋଲି କୋର୍ଟ ରାୟ ଦେଇଛନ୍ତି ।