ପୁଣି ବଢ଼ିଲା ତୈଳ ଦର, ପେଟ୍ରୋଲ ଲିଟର ପିଛା ୫୦ ଓ ଡିଜେଲ ୫୫ ପଇସା ବୃଦ୍ଧି

1 min read

ନୂଆଦିଲ୍ଲୀ: ସାରା ଦେଶରେ ପୁଣି ବଢ଼ିଲା ତୈଳ ଦର । ତୈଳ ଦରରେ ଲାଗୁନି ବ୍ରେକ୍ । ଲଗାତର ଷଷ୍ଠ ଦିନରେ ପଞ୍ଚମ ଥର ପାଇଁ ବଢ଼ିଲା ପେଟ୍ରୋଲ-ଡିଜେଲ ଦର । ପେଟ୍ରୋଲ ଲିଟର ପିଛା ୫୦ ଓ ଡିଜେଲ ଲିଟର ପିଛା ୫୫ ପଇସା ବୃଦ୍ଧି ହୋଇଛି । ଆଜି ପେଟ୍ରୋଲ ଦର ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ଦର ୯୯ ଟଙ୍କା ୧୧ ପଇସା ଥିବାବେଳେ ଡିଜେଲ ଦର ୯୦ ଟଙ୍କା ୪୨ ପଇସା ହୋଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୫୩ ପଇସା ବଢି ୧୧୩ ଟଙ୍କା ୩୫ ପଇସା ହୋଇଥିବାବେଳେ ଡିଜେଲ ୫୮ ପଇସା ବଢି ୯୮ ଟଙ୍କା ୧୩ ପଇସାରେ ପହଞ୍ଚିଛି ।  ସେହିପରି ଡିଜେଲ ଦର ୬୯ ପଇସା ବଢି ୯୫ଟଙ୍କା ୭୨ ପଇସାରେ ପହଞ୍ଚିଛି ।

କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୦୮ ଟଙ୍କା ୫୩ ପଇସା ହୋଇଥିବାବେଳେ ଡିଜେଲ ୯୩ ଟଙ୍କା ୫୭ ପଇସା ହୋଇଛି । ଅନ୍ୟପଟେ ଚେନ୍ନାଇରେ ପେଟ୍ରୋଲ ଲିଟର ୫୭ ପଇସା ବୃଦ୍ଧି ପାଇ ୧୦୫ ଟଙ୍କାରେ ପହଞ୍ଚିଥିବାବେଳେ ଡିଜେଲ ଲିଟର ପିଛା ୬୩ ପଇସା ବଢ଼ି ୯୫ ଟଙ୍କା ୧୦ ପଇସାରେ ପହଞ୍ଚିଛି । ଏହି ବର୍ଦ୍ଧିତ ଦର ଲାଗୁ ହେବା ପରେ ଓଡ଼ିଶାରେ ପେଟ୍ରୋଲ ଲିଟର ପିଛା ଦର ୧୦୫ ଟଙ୍କା ୭୨ ପଇସାରେ ପହଞ୍ଚିଛି ଓ ଡିଜେଲ ୯୫ ଟଙ୍କା ୫୮ ପଇସା ରହିଛି ।