spot_img

Latest Posts

ଜାନୁଆରୀ ୧୫ରୁ ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ ଆରମ୍ଭ: ସରକାରୀ ସହାୟତାକୁ ନା

ଅଯୋଧ୍ୟା: ଜାନୁଆରୀ ୧୫ରୁ ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ ଆରମ୍ଭ ହେବ। କିନ୍ତୁ ଏଥିରେ ବିଦେଶୀ ଟଙ୍କା ଆଦୌ ବ୍ୟବହାର ହେବ ନାହିଁ ବୋଲି ରାମ ଜନ୍ମଭୂମି ଟ୍ରଷ୍ଟ ନିଷ୍ପତ୍ତି ନେଇଛି। ମନ୍ଦିର ନିର୍ମାଣ ପାଇଁ ସିଏସ୍ଆର୍ ପାଣ୍ଠି ବ୍ୟବହାରକୁ ମଧ୍ୟ ଅନୁମତି ମିଳିନାହିଁ। କେବଳ ସାଧାରଣ ଲୋକଙ୍କ ଟଙ୍କାରେ ମନ୍ଦିର ପ୍ରସ୍ତୁତ ହେବ।

ରାମ ଜନ୍ମଭୂମି ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟଙ୍କ ଅନୁଯାୟୀ, ସଂଗ୍ରହାଳୟ, ଲାଇବ୍ରେରୀ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ସିଏସ୍ଆର ପାଣ୍ଠି ବ୍ୟବହାର କରାଯାଇପାରିବ, କିନ୍ତୁ ମନ୍ଦିର ନିର୍ମାଣରେ ଏହା ବ୍ୟବହାର ହେବ ନାହିଁ। FCRA ଅଭାବରୁ ଟ୍ରଷ୍ଟ ବିଦେଶରୁ ପାଣ୍ଠି ସଂଗ୍ରହ କରିପାରିବ ନାହିଁ ବୋଲି ଚମ୍ପତ ରାୟ ସ୍ପଷ୍ଟ କରିଛନ୍ତି। ମନ୍ଦିର ନିର୍ମାଣ ପାଇଁ କମ୍ପାନୀ ଏବଂ ସରକାରଙ୍କଠାରୁ କୌଣସି ଆର୍ଥିକ ସହାୟତା ନ ନେବାକୁ ଟ୍ରଷ୍ଟ ନିଷ୍ପତ୍ତି ନେଇଛି। କିନ୍ତୁ ବିଦେଶରେ ରହୁଥିବା ଭାରତୀୟ ଚାହିଁଲେ ଭାରତୀୟ ବ୍ୟାଙ୍କ ଆକାଉଣ୍ଟରୁ ଦାନ କରିପାରିବେ। ସାଧାରଣ ଲୋକ କୁପନ ମାଧ୍ୟମରେ ଟଙ୍କା ଦେଇପାରିବେ।

ସୂଚନାଯୋଗ୍ୟ, ମକର ସଂକ୍ରାନ୍ତିଠାରୁ ମାଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ୪୨ ଦିନ ମଧ୍ୟରେ ସାରା ଦେଶରେ ପାଣ୍ଠି ସଂଗ୍ରହ ପାଇଁ ଟ୍ରଷ୍ଟ ଏକ ଜନସମ୍ପର୍କ ଅଭିଯାନ ଆରମ୍ଭ କିରବ। ଏହି ସମୟରେ, ଅତିକମରେ ଦେଶର ଅଧା ଲୋକଙ୍କ ପାଖରେ ସେମାନେ ପହଞ୍ଚିବା ପାଇଁ ପ୍ରୟାସ କରିବେ। ଫଳରେ ସାଧାରଣ ଲୋକ ମନ୍ଦିର ନିର୍ମାଣ ପ୍ରକ୍ରିୟା ସହିତ ଯୋଡ଼ି ହେଉଥିବା ଅନୁଭବ କରିବେ।

Latest Posts

Don't Miss