ଆଜି G20 ସମ୍ମିଳନୀ, ମୁହାଁମୁହିଁ ହେବେ ସୁପରପାୱାର

1 min read

ବାଲି: ଆଜିଠୁ ବାଲିରେ ଗ୍ରୁପ-G2 ସମ୍ମିଳନୀ । ଯୋଗ ଦେଇଛନ୍ତି ଭାରତ ସମେତ ବିଶ୍ବର ୨୦ ରାଷ୍ଟ୍ରର ପ୍ରତିନିଧି । ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚୀନ, ପ୍ରାନ୍ସ, ଜର୍ମାନୀ, ଇଣ୍ଡୋନେସିଆ, ଇଟାଲି, ଜାପାନ ସମ୍ମିଳନୀରେ ହେଉଛନ୍ତି ସାମିଲ । ସେହିପରି ମେକ୍ସିକୋ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ, ବ୍ରିଟେନ୍, ଆମେରିକା ସମେତ ୟୁରୋପିଓ ସଙ୍ଘ ଏଥିରେ ସାମିଲ ହେବେ । ସମ୍ମିଳନୀରେ ମୁଖ୍ୟତଃ ଶାନ୍ତି, ସ୍ଥିରତା, ବାଣିଜ୍ୟ, ନିରାପତ୍ତା ଆଦି ପ୍ରସଙ୍ଗରେ ହେବ ଆଲୋଚନା ।

ସମ୍ମିଳନୀରେ ଯୋଗଦେବାକୁ ଇଣ୍ଡୋନେସିଆ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ହୋଇଥିବା ଏକ ହାଇପ୍ରୋଫାଇଲ ବୈଠକରେ ସାମ୍ନାସାମ୍ନି ହୋଇଥିଲେ ଦୁଇ ସୁପରପାଓ୍ବାର ମୁଖ୍ୟ । ତାଇଓ୍ବାନ ପ୍ରସଙ୍ଗରେ ହସ୍ତକ୍ଷେପ ନ କରିବା ଲାଗି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଓ୍ବାର୍ଣ୍ଣିଂ ଦେଇଥିଲେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ।

କିଛି ଦିନ ଧରି ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଟେନସନ ଥମିବା ଆଶା ଦେଖାଯାଉନାହିଁ । ବିବାଦ ଓ ମତପାର୍ଥକ୍ୟ ଦୂର କରି ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଉପରେ ଦୁଇ ନେତା ଗୁରୁତ୍ବାରୋପ କରିଥିଲେ ବି ତାଇଓ୍ବାନକୁ ନେଇ ଜିନପିଙ୍ଗ କ୍ଷୁବ୍ଧ ଥିବା ସୂଚନା ମିଳିଛି ।